ବାହାଘରର ୨୧ ବର୍ଷ ପରେ ଅଲଗା ହେଲେ ଅର୍ଜୁନ ଓ ମେହେର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ବାହାଘରର ୨୧ ବର୍ଷ ପରେ ଅଲଗା ହେଲେ ଅର୍ଜୁନ ଓ ମେହେର୍

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ତଲାକ ଦେବା ଏକ ଫ୍ୟାଶନ୍‌ ହୋଇଗଲାଣି। ଗୋଟିଏ ବର୍ଷ ଭିତରେ ଅନେକ ସେଲେବ୍ରିଟି କପଲ୍‌ ପରସ୍ପରଠୁ ଅଲଗା ହୋଇସାରିଲେଣି। ଆଉ ଏବେ ବାହାଘରର ୨୧ ବର୍ଷ ପରେ ଅଲଗା ହୋଇଛନ୍ତି ଅର୍ଜୁନ ରାମପାଲ ଓ ମେହେର୍ ଜେସିଆ। ଅନେକ ଦିନ ହେବ ସେମାନେ ଅଲଗା ରହୁଥିଲେ। ହେଲେ ଏବେ ସେମାନେ ଅନୁଷ୍ଠାନିକ ଭାବେ ପରସ୍ପରକୁ ତଲାକ ଦେଇଛନ୍ତି।

View this post on Instagram

#TuesdayTrouble : After 20 years of a blessed married life, #ArjunRampal and #MehrJesia separated yesterday making every head turn. Doting parents of two daughters, Arjun and Mehr got married in 1998 and have been together everywhere from Cannes to the award nights. The rumors of their impending split and multiple extra-marital affairs which started in 1998 would not stop doing the rounds, the most persistent of which were the ones concerning #SussanneKhan and Arjun. The infamous infidelities of Arjun because of his Greek God looks never stopped and we feel it must have taken a toll on Mehr. While we can't come to any conclusion, we hope that the separated couple continue to raise their children in the best possible way. Follow @ipopdiaries for all latest updates . . . . . . . #Bollywood #StyleFile #Swag #Fashion #Style #Beauty #Glam#IndianFashion #CelebStyle #CelebFashion #InstaCeleb #InstaFashion #InstaFollow #PhotoOfTheDay #InstaGood #InstaLike #InstaDaily #igers #Celebrity #bollywoodactor #Mumbai #Delhi #bollywoodnews #bollywoodupdates #India

A post shared by POP Diaries (@ipopdiaries) on

ଅର୍ଜୁନ ଓ ମେହେର୍  ୨୦୧୯ ଏପ୍ରିଲ୍‌ରେ ତଲାକ୍ ପାଇଁ ଆବେଦନ କରିଥିଲେ। ଆବେଦନ କରିବାର ୬ ମାସ ପରେ ସେମାନଙ୍କୁ ତଲାକ୍ ମିଳିଯାଇଛି। ଦୁଇ ଝିଅ ମେହେରଙ୍କ ସହ ରହିବେ।

ଅର୍ଜୁନ ଓ ମେହେରଙ୍କ ବାହାଘର ୧୯୯୮ରେ ହୋଇଥିଲା। ସେମାନଙ୍କ ସମ୍ପର୍କରେ ୨୦୧୧ରୁ ଫାଟ ସୃଷ୍ଟି ହୋଇଥିଲା।  ୨୦୧୮ରେ ଅର୍ଜୁନ ଘର ଛାଡ଼ି ଏକ ଭଡ଼ା ଘର ନେଇ ରହିଥିଲେ।

ଏବେ ଅର୍ଜୁନ୍‌ ଗର୍ଲପ୍ରେଣ୍ଡ ଗ୍ୟାବ୍ରିଏଲାଙ୍କ ସହ ଲିଭ୍‌ ଇନ୍‌ରେ ରହୁଛନ୍ତି। କିଛିଦିନ ତଳେ ସେମାନଙ୍କର ଏକ ପୁଅ ମଧ୍ୟ ହୋଇଛି। ଚର୍ଚ୍ଚା ହେଉଛି ଯେ ଦୁହେଁ ଖୁବ୍‌ଶୀଘ୍ର ବାହା ହେବେ।

ଅର୍ଜୁନ ଓ ଗ୍ୟାବ୍ରିଏଲା ୨୦୦୯ର ଆଇପିଏଲ୍‌ ଆଫ୍ଟର ପାର୍ଟିରରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ। ଏହାର କିଛିଦିନ ପରେ ସେମାନେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଦେଇଥିଲେ।



from Odisha Reporter https://ift.tt/348T9Kt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages