ଆକାଶରୁ ବର୍ଷା ହେଲା ଟଙ୍କା, ଗୋଟାଇବାକୁ ଲୋକଙ୍କ ଭିଡ଼; ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ଆକାଶରୁ ବର୍ଷା ହେଲା ଟଙ୍କା, ଗୋଟାଇବାକୁ ଲୋକଙ୍କ ଭିଡ଼; ଦେଖନ୍ତୁ ଭିଡିଓ

କୋଲକାତା: ଶୀର୍ଷକ ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ ହେଉଥିବେ। ଆକାଶରୁ କେମିତି ଟଙ୍କା ବର୍ଷା ହେଲା। ହେଲେ କୋଲକାତାରେ ଏଭଳି ଟଙ୍କା ବର୍ଷା ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଆକାଶରୁ ୨ ହଜାର, ୫୦୦ ଓ ୧୦୦ ଟଙ୍କିଆ ନୋଟ ବର୍ଷା ହେଉଥିବାରୁ ଏହାକୁ ଗୋଟାଇବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ମଧ୍ୟ ଜମିଥିଲା। ଏହି ଘଟଣାର ପୂରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କୋଲକାତାର ସେଣ୍ଟ୍ରାଲ ବିଜନେସ୍‌ ଡିଷ୍ଟ୍ରିକ୍ଟରେ ଥିବା ଏକ ବିରାଟ କୋଠାର ୬ଷ୍ଠ ମହଲାରେ ଗୋଟିଏ ଘରୋଇ କମ୍ପାନୀର ଅଫିସ ରହିଥିଲା। କମ୍ପାନୀ ଆର୍ଥିକ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଡିଆରଆଇ ଅଧିକାରୀମାନେ ଏଠାରେ ଚଢ଼ଉ କରିଥିଲେ। ତେବେ ଏହି ସମୟରେ ୬ଷ୍ଠ ମହଲାରୁ ବିଡ଼ାବିଡ଼ା ୨ ହଜାର, ୫୦୦ ଓ ୧୦୦ ଟଙ୍କା ନୋଟକୁ ତଳକୁ ଫୋପାଡ଼ା ଯାଉଥିବା ଦେଖିବାକୁ ମିଳିଥିଲା।

୬ଷ୍ଠ ମହଲାରେ ଥିବା ଝରକା ବାଟେ ଘର ସଫା ପାଇଁ ବ୍ୟବହୃତ ବ୍ରୁମ ସାହାଯ୍ୟରେ ଏଗୁଡ଼ିକୁ ତଳକୁ ଫୋପଡ଼ା ଯାଉଥିବା ଦେଖିବାକୁ ମିଳିଛି। ତେବେ ବିଡ଼ା ମଧ୍ୟରେ ବନ୍ଧା ଯାଇଥିବା ନୋଟ ଗୁଡ଼ିକ କାନ୍ଥରେ ମାଡ଼ ହୋଇ ଫିଟି ଯାଇଥିଲା। ଫଳରେ ଏଗୁଡ଼ିକ ଏଣେତେଣେ ଉଡ଼ି ରାସ୍ତା ଉପରେ ପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନେ ଟଙ୍କା ଗୋଟାଇବାରେ ଲାଗି ପଡ଼ିଥିଲେ।

ତେବେ ଡିଆରଆଇ ଅଧିକାରୀମାନେ ଏଯାଏ ଏହି ଟଙ୍କା କାହିଁକି ଉଡ଼ାଗଲା ଏବଂ ସର୍ଚ୍ଚ ଅପରେସନ ସହ ଏହାର ସମ୍ପର୍କ ରହିଛି କି ନାହିଁ, ସେ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2pyz0OS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages