ମହାରାଷ୍ଟ୍ରରେ ସରକାର ଗଢ଼ିବାରେ କିଏ ବିଳମ୍ୱ କରୁଛି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 11, 2019

ମହାରାଷ୍ଟ୍ରରେ ସରକାର ଗଢ଼ିବାରେ କିଏ ବିଳମ୍ୱ କରୁଛି?

ମୁମ୍ୱାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରି ରାଜ୍ୟର ତୃତୀୟ ସର୍ବାଧିକ ଆସନ ଜିତିଥିବା ଦଳ ଏନସିପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଆଜି ରାତି ୮ଟା ୩୦ ସୁଦ୍ଧା ଏନସିପି ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କ ନିକଟରେ ପ୍ରସ୍ତାବ ଦେବ। ରାଜ୍ୟରେ ଏନସିପି ସରକାର ଗଢ଼ିବ କି ନାହିଁ ଆଜି ଗଣମାଧ୍ୟମ ପ୍ରତିନିଧି ଦଳର ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ। ହେଲେ ଶରଦ ଏହି ପ୍ରଶ୍ନର ସିଧା ଉତ୍ତର ଦେଇନଥିଲେ। ଆଶଙ୍କା କରାଯାଉଛି ଏବେ ସହଯୋଗୀ ଏନସିପିକୁ ସରକାର ଗଢ଼ିବା ପାଇଁ ସମର୍ଥନ ଦେବା ପ୍ରସଙ୍ଗରେ ଦୋଛକିରେ ରହିଛି।

ଶରଦ ପାଓ୍ୱାରଙ୍କୁ ଗଣମାଧ୍ୟମ ପ୍ରତିନିଧି ଆହୁରି ପ୍ରଶ୍ନ କରିଥିଲେ, କଂଗ୍ରେସ ସହିତ ଆଜି ବୈଠକ ରହିଛି କି? ଜବାବ ଦେବାକୁ ଯାଇ ଶରଦ କହିଥିଲେ, କିଏ କହିଲା ବୈଠକ ରହିଛି? ମୋତେ ଜଣା ନାହିଁ। ସରକାର ଗଢ଼ିବାରେ କଂଗ୍ରେସ ବିଳମ୍ୱ କରୁଛି କି? ଜବାବରେ ପାଓ୍ୱାର କହିଥିଲେ ମୁଁ କଂଗ୍ରେସ ନେତାଙ୍କ ସହ କଥା ହେବି।

ଦଳର ଅନ୍ୟତମ ପ୍ରମୁଖ ନେତା ଅଜିତ ପାଓ୍ୱାର କହିଛନ୍ତି, କଂଗ୍ରେସର ସମର୍ଥନ ଚିଠି ମିଳିନାହିଁ। ସରକାର ଗଢ଼ିବା ପାଇଁ କଂଗ୍ରେସର ସମର୍ଥନ ଆବଶ୍ୟକ ରହିଛି। ସୋମବାର କଂଗ୍ରେସ ନେତାଙ୍କ ସହ ବୈଠକ ହୋଇଥିଲା। ଅପରାହ୍ନ ୪ଟାରେ ସମର୍ଥନ ପତ୍ର ପଠାଇବ ବୋଲି କଂଗ୍ରେସ କହିଥିଲା। ହେଲେ ଅପରାହ୍ନ ୪ଟାରେ ମିଳିନଥିଲା ସମର୍ଥନ ପତ୍ର। ପରେ ସନ୍ଧ୍ୟା ୭ଟାରେ ସମର୍ଥନ ପତ୍ର ମିଳିବ ବୋଲି ଜଣାପଡ଼ିଥିଲା। ହେଲେ ଏହାପରେ ବି କଂଗ୍ରେସ ସମର୍ଥନ ପତ୍ର ପଠାଇ ନାହିଁ। ଆଜି ଏନସିପି ନେତାଙ୍କ ସହ ଶରଦ ପାଓ୍ୱାରଙ୍କର ବୈଠକ ରହିଛି। ତେଣୁ କଂଗ୍ରେସ ନେତାଙ୍କ ସହିତ ଶରଦ ପାଓ୍ୱାରଙ୍କର ଆଲୋଚନା ହେବା ସମ୍ଭବ ନୁହେଁ ବୋଲି ଅଜିତ ପାଓ୍ୱାର କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଶିବସେନା ନେତା ଆଦିତ୍ୟ ଠାକରେ ରାଜ୍ୟପାଳଙ୍କୁ ଭେଟିଥିଲେ। ସରକାର ଗଢ଼ିବା ପାଇଁ ଶିବସେନା ରାଜି ରହିଛି, ହେଲେ ଆଉ ୪୮ ଘଣ୍ଟା ସମୟ ମାଗିଥିଲେ ରାଜ୍ୟପାଳଙ୍କୁ। ରାଜ୍ୟପାଳ କିନ୍ତୁ ଅଧିକ ସମୟ ଦେଇନଥିଲେ। ପରେ ରାଜ୍ୟପାଳ ତୃତୀୟ ସର୍ବାଧିକ ଆସନ ଜିତିଥିବା ଦଳ ଏନସିପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଛନ୍ତି।



from Odisha Reporter https://ift.tt/2qFufU7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages