ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲାରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଖରିଆର ରୋଡ୍ ଏନଏସିର ୧୯ ନମ୍ବର ଓ୍ୱାର୍ଡରେ ଏକ ଜଙ୍ଗଲୀ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ଗତକାଲି ସନ୍ଧ୍ୟାରେ ହଠାତ ଭାଲୁଟି ରାସ୍ତା ଉପରେ ବୁଲୁଥିବାର ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଭାଲୁକୁ ଦେଖି ଦୋକାନ ବଜାର ବନ୍ଦ କରି ଦେଇଥିଲେ। ଭାଲୁଟିକୁ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଭାଲୁଟି ଏବେ ୧୯ ନମ୍ବର ଓ୍ୱାର୍ଡର ରେଳ ଷ୍ଟେସନ ପଛ ପାଖ ବୁଦାରେ ଲୁଚି ରହିଥିବା ଜଣାପଡ଼ିଛି।
from Odisha Reporter https://ift.tt/2KMm4fC
No comments:
Post a Comment