ଟୋକନକୁ ବିରୋଧ କରୁଥିବା ଚାଷୀ ଏବେ ଟୋକନ ଦାବି କରୁଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 23, 2019

ଟୋକନକୁ ବିରୋଧ କରୁଥିବା ଚାଷୀ ଏବେ ଟୋକନ ଦାବି କରୁଛନ୍ତି

ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁରରେ ଟୋକନ ତାତି ଧମିବା ନାଁ ଧରୁନି। ପ୍ରଥମେ ଟୋକନ ବ୍ୟବସ୍ଥାକୁ ବିରୋଧ କରୁଥିବା ଚାଷୀ ଏବେ ଟୋକନ ମିଳିଲେ ହିଁ ଧାନ ବିକିବେ ବୋଲି ଜିଦ୍‌ରେ ଅଡ଼ି ବସିଛନ୍ତି। ଟୋକନ ନ ମିଳିଲେ ଗୋଟିଏ ବି  ଧାନ ବସ୍ତା ଛାଡ଼ିବେ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି। ଏଥିଯୋଗୁ  ସମ୍ବଲପୁରର ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚାଉଁରପୁର ମଣ୍ଡିରୁ ଧାନ ଉଠିପାରୁନି  ।

ଚାଉଁରପୁର ମଣ୍ଡିକୁ ଆସିଥିବା ଚାଷୀ ବିନା ଟୋକନରେ ଧାନ ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଟୋକନ ନଥିଲେ  କେବେ ଓ କିପରି ଟଙ୍କା ମିଳିବ ସେ ନେଇ  ପ୍ରଶ୍ନ ଉଠାଇଛନ୍ତି । ମଣ୍ଡିକୁ ଧାନ ଆଣୁଥିବା ଚାଷୀମାନଙ୍କୁ ତତ୍‌କ୍ଷଣାତ୍ ଟୋକନ ଦେବାକୁ ସେମାନେ ଦାବି କରିଛନ୍ତି । ଚାଉଁରପୁର ମଣ୍ଡିରେ ୫୬୦ ଚାଷୀ ରେଜିଷ୍ଟ୍ରି କରିଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୯ ଜଣଙ୍କୁ ଛାଡ଼ି ଅନ୍ୟମାନଙ୍କୁ ଟୋକନ ମିଳି ପାରିନି।  ତେଣୁ ସମସ୍ତଙ୍କୁ ଟୋକନ ପ୍ରଦାନ କରା ନ ଯିବା ପର୍ଯ୍ୟନ୍ତ କେହି ବି ଚାଷୀ ଧାନ ବିକିବେ ନାହିଁ ବୋଲି ଜଣାଇ ଦେଇଛନ୍ତି।

ଏହାପୂର୍ବରୁ ଟୋକନ ନଥିବା ଚାଷୀଙ୍କ ଧାନ ଗ୍ରହଣ କରାଯାଉନଥିବାରୁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ତାତି ଥିଲେ ଚାଷୀ। ଏଥିନେଇ ଚାଷୀମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ  ।



from Odisha Reporter https://ift.tt/2QLZZBF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages