ମୁମ୍ୱାଇ: ରାଜନୀତିରେ ଆଜି ଯିଏ ଶତ୍ରୁ, କାଲି ସିଏ ମିତ୍ର। ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଏହା ପ୍ରମାଣିତ ହୋଇଛି। ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ନେତୃତ୍ୱରେ ସରକାର ଗଢ଼ିବାର ଥିଲା। ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ପ୍ରସ୍ତାବ ଦେଇଥାନ୍ତେ। ୨୫ ବର୍ଷର ସହଯୋଗୀ ବିଜେପିକୁ ଛାଡ଼ି ବିରୋଧୀ ଏନସିପି-କଂଗ୍ରେସ ସହ ମେଣ୍ଟ କରିବାରେ ଶିବସେନାରୁ ନେତୃତ୍ୱ ନେଇଥିଲେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ଆଜି ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କ ପାଖକୁ ଯିବା ପୂର୍ବରୁ ସଞ୍ଜୟ ଟୁଇଟ୍ କରି ବିଜେପିକୁ ଟାର୍ଗେଟ କରିଥିଲେ। ବିଜେପିର ନା ନନେଇ କହିଥିଲେ, ‘ସରକାର ଗଢ଼ିବା ନେଇ ଶିବସେନାର ପ୍ରୟାସ ଉପରେ ସମସ୍ତେ ହସୁଥିଲେ। ଏବେ ସିଏ ଇତିହାସ ରଚିବାକୁ ଯାଉଛି’।
— Sanjay Raut (@rautsanjay61) November 23, 2019
ସଞ୍ଜୟଙ୍କ ଏହି ଟୁଇଟର ଠିକ୍ ଘଣ୍ଟାଏ ପରେ ମହାରାଷ୍ଟ୍ର ରାଜନୀତି ହଠାତ୍ ନୂଆ ମୋଡ଼ ନେଇଥିଲା। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପି ନେତା ଅଜିତ ପାଓ୍ୱାର ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।
#WATCH Mumbai: Devendra Fadnavis takes oath as Maharashtra Chief Minister again, oath administered by Governor Bhagat Singh Koshyari at Raj Bhawan. pic.twitter.com/kjWAlyMTci
— ANI (@ANI) November 23, 2019
ତେବେ ବିଜେପି ସହ ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଏହା ଅଜିତ ପାଓ୍ୱାରଙ୍କର ବ୍ୟକ୍ତିଗତ ମତ। ଏହା ଦଳର ନୁହେଁ। ବିଜେପି ସହ ମେଣ୍ଟକୁ ଅଜିତ ପାଓ୍ୱାରଙ୍କ ନିଷ୍ପତ୍ତିକୁ ଦଳ ସମର୍ଥନ କରୁନାହିଁ ବୋଲି ସେ କହିଛନ୍ତି।
ଏବେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଅଜିତ ବିଶ୍ୱାସଘାତକ।
#WATCH Sanjay Raut, Shiv Sena: Kal 9 baje tak ye mahashaye (Ajit Pawar) hamare saath baithe the, achanak se gayab ho gaye baad mein. Vo nazro se nazre mila kar nahi bol rahe the, jo vyakti paap karne jata hai uski nazar jaise jhukti hai, waise jhuki nazro se baat kar rahe the. pic.twitter.com/dL6olqXFK9
— ANI (@ANI) November 23, 2019
ସେହିପରି କଂଗ୍ରେସ ନେତା ଅଭିଷେକ ସିଂହଭୀ କହିଛନ୍ତି, ‘ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ହେବା ଖବରକୁ ମୁଁ ଫେକ୍ ନ୍ୟୁଜ୍ ବୋଲି ଭାବୁଥିଲି। ପାଓ୍ୱାରଜି ଆପଣ ମହାନ (ପାଓ୍ୱାର ଜି ତୁସି ଗ୍ରେଟ୍ ହୋ) ବୋଲି ଏହି କଂଗ୍ରେସ ନେତା ଟୁଇଟ୍ କରି କହିଛନ୍ତି।
Surreal wht I read abt #Maharashtra. Thought it was fake news. Candidly &personally speaking, our tripartite negotiations shd not have gone on for more than 3 days…took too long. Window given was grabbed by fast movers. #pawarji tussi grt ho! Amazing if true, still not sure
— Abhishek Singhvi (@DrAMSinghvi) November 23, 2019
from Odisha Reporter https://ift.tt/2QG3hqh
No comments:
Post a Comment