ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଲାଗି ସ୍ୱତନ୍ତ୍ର ପ୍ୟାକେଜର ଅବଧି ଆସନ୍ତା ଡିସେମ୍ବର ୨ରେ ଶେଷ ହେବ। ଏହି ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର କିଛି ଦିନ ରହିଛି। ଅଧିଗ୍ରହଣ ପ୍ରକ୍ରିୟାରେ ୧୮୫ ପରିବାର ବିସ୍ଥାପିତ ହେବାକୁ ଥିବାବେଳେ ବର୍ତ୍ତମାନ ମାତ୍ର ୫୫ଟି ଜମିର ବିକ୍ରି ପ୍ରକ୍ରିୟା ଶେଷ ହୋଇଛି। ଆଉ ୬୦ରୁ ଅଧିକ ପରିବାରଙ୍କ ସହ ବିକ୍ରି ପାଇଁ ପ୍ରଶାସନିକ ଅଧିକାରୀ ଆଲୋଚନା ଜାରି ରଖିଛନ୍ତି। ତେବେ ନିର୍ଦ୍ଧାରିତ ସମୟ ପରେ ଅବଶିଷ୍ଟ ବିସ୍ଥାପିତ ଜମି ଦେଲେ ସେମାନେ ଦଶ ପ୍ରତିଶତ ଅଧିକା ଲାଭ ମିଳିବ ନାହିଁ କି ପ୍ୟାକେଜ ପାଇବେ ନାହିଁ।
ଅନ୍ୟପକ୍ଷରେ ୭୫ ମିଟର ପରିଧି ଭିତରେ ଥିବା ୧୮ଟି ମଠର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଧା ବଲ୍ଲଭ ମଠ, ଉତ୍ତରପାର୍ଶ୍ୱ ମଠ ଓ ଦକ୍ଷିଣପାର୍ଶ୍ୱ ମଠ ଓ କଟକୀ ମଠର ଜମି ଅଧିଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହି ମଠର ମହନ୍ତଙ୍କ ସ୍ୱୀକୃତି ମିଳିଥିବାବେଳେ ସେମାନଙ୍କ ଘରର ମୂଲ୍ୟ ଆକଳନ କରି କ୍ଷତିପୂରଣ ଦିଆଯିବ। ତେବେ ସୁପ୍ରିମକୋର୍ଟଙ୍କ ୨୦୧୫ ନିର୍ଦ୍ଦେଶ ଅନୁସାରେ ମଠ ଜମିର ମାଲିକ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁ । ତେଣୁ ମଠ ଜମିର ମାଲିକାନା ହେଉଛି ଶ୍ରୀମନ୍ଦିର ପରିଚାଳନା କମିଟି।
ସେହି ଅନୁସାରେ ମଠର ଜମି ଅଧିଗ୍ରହଣରେ ସେ ସବୁକୁ ଗୁରୁତ୍ୱ ଦିଆଯାଇଛି। ଖାଲି ଥିବା ଜମିରେ ମଠର ପୁନର୍ବିନ୍ୟାସ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ଉଚ୍ଛେଦ ପ୍ରକ୍ରିୟା କରାଯାଉ ହେଲେ ମଠର ସ୍ଥିତି ଓ ଏହାର ଇତିହାସ ଓ ପରମ୍ପରା କିଭଳି ଉଜ୍ଜୀବିତ ରହିବ ସେ ନେଇ ପ୍ରଶାସନ ଗୁରୁତ୍ୱ ଦେଲେ ତାହା ସ୍ୱାଗତଯୋଗ୍ୟ ହେବ ବୋଲି ମଠାଧୀଶ କହିଛନ୍ତି ।
from Odisha Reporter https://ift.tt/2OeZ9f2
No comments:
Post a Comment