ମହାରାଷ୍ଟ୍ର ‘ନାଟକ’, ଆସ୍ଥା ଭୋଟ ନେଇ ଆସନ୍ତାକାଲି ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ମହାରାଷ୍ଟ୍ର ‘ନାଟକ’, ଆସ୍ଥା ଭୋଟ ନେଇ ଆସନ୍ତାକାଲି ରାୟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୀତିକ ‘ନାଟକ’କୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବିଧାନସଭାରେ ଆସ୍ଥା ଭୋଟ ନେଇ ବିରୋଧୀ ଯେଉଁ ଦାବି କରିଛନ୍ତି, ସେ ବାବଦରେ ଆସନ୍ତାକାଲି ରାୟ ଶୁଣାଇବେ ବୋଲି ତିନି ଜଣିଆ ଖଣ଼୍ଡପୀଠ କହିଛନ୍ତି। ପାଖାପାଖି ୨ ଘଣ୍ଟା ଧରି ସମସ୍ତ ପକ୍ଷ ଖଣ୍ଡପୀଠଙ୍କ ଆଗରେ ନିଜର ଯୁକ୍ତି ରଖିଥିଲେ। ଜଷ୍ଚିସ ଏନଭି ରମନ, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଅଶୋକ ଭୂଷଣ ଏହି ଆବେଦନର ଶୁଣାଣି କରିଛନ୍ତି। ଆସନ୍ତାକାଲି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ।

ଶୁଣାଣି ପୂର୍ବରୁ ବିଜେପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଦେଇଥିବା ଆମନ୍ତ୍ରଣ ପତ୍ରକୁ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟା। ତେବେ ଏହି ଚିଠିକୁ ଖଣ୍ଡପୀଠ ନିଜେ ପଢ଼ି ପାରୁନଥିବା କହିଥିଲେ। ଜବାବରେ ସଲିସିଟର ଜେନେରାଲ କହିଥିଲେ, ରାଜଭବନ ଅଧିକାରୀଙ୍କ ଦ୍ୱାରା ଲେଖା ହୋଇଛି ଚିଠି। ଏହାପରେ ସଲିସିଟର ଜେନେରାଲ କୋର୍ଟରେ ରାଜ୍ୟପାଳଙ୍କ ଚିଠି ପଢ଼ିଥିଲେ, ବିଜେପି, ଅଜିତ ପାଓ୍ୱାର ଏବଂ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ପତ୍ର ଅନୁଯାୟୀ ରାଜ୍ୟପାଳ ବିଜେପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ। ବିଜେପି ୧୭୦ ବିଧାୟକଙ୍କ ସମର୍ଥନ ପତ୍ର ଜାରି କରିବାରୁ ରାଜ୍ୟପାଳ ବିବେକ ଦୃଷ୍ଟିରୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେଇଛନ୍ତି ବୋଲି ତୁଷାର ମେହେଟା ଖଣ୍ଡପୀଠ ଜଷ୍ଚିସ ଏନଭି ରମନ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଅଶୋକ ଭୂଷଣଙ୍କ ଆଗରେ ପଢ଼ି ଶୁଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ତରଫରୁ ଆଇନୀଜୀବୀ ମୁକୁଲ ରୋହତଗୀ ପକ୍ଷ ରଖି କହିଥିଲେ, ଅଜିତ ପାଓ୍ୱାର ଏନସିପିର ବିଧାୟକ ଦଳ ନେତା ଭାବରେ ୫୪ ବିଧାୟକଙ୍କ ସମର୍ଥନ ପତ୍ର ଦେଇଥିଲେ। ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ପ୍ରଥମେ ପ୍ରୋଟେମ ସ୍ପିକର ନିଯୁକ୍ତି ହେବେ। ଏହାପରେ ବିଧାୟକମାନେ ଶପଥ ନେଲା ପରେ ବିଧାନସଭାରେ ଫଡ଼ନାଭିସ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି। ତେବେ ଅନେକ କ୍ଷେତ୍ରରେ ବହୁମତ ସାବ୍ୟସ୍ତ କରିବା ପାଇଁ ୨୪ ଘଣ୍ଟା ମଧ୍ୟରେ ଆସ୍ଥା ଭୋଟ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜବାବରେ ସଲିସିଟର ଜେନେରାଲ କହିଛନ୍ତି, ବିଧାନସଭାର ଏଜେଣ୍ଡା କ’ଣ ସୁପ୍ରିମକୋର୍ଟ ସ୍ଥିର କରିବେ? ଆସ୍ଥା ଭୋଟ ପାଇଁ ଅଧିକ ସମୟର ଆବଶ୍ୟକ ରହିଛି ଏଥିପାଇଁ ରାଜ୍ୟପାଳ ୧୪ ଦିନ ସମୟ ଦେଇଛନ୍ତି ବୋଲି ସେ କହିଛନ୍ତି।

ସେହିପରି ଆସ୍ଥା ଭୋଟ ପାଇଁ ଅଧିକ ସମୟର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। ଅଜିତ ପାଓ୍ୱାରଙ୍କ ଦ୍ୱାରା ଦିଆଯାଇଥିବା ସମର୍ଥନ ପତ୍ରକୁ ଏନସିପି ଭୁଲ୍ ବୋଲି କେବେ କହିନି। ପାଓ୍ୱାର ପରିବାର ମଧ୍ୟରେ ଯାହା ହେଉଛି ଏ କ୍ଷେତ୍ରରେ ବିଚାରଯୋଗ୍ୟ ନୁହେଁ। ବରଂ ସେମାନେ ଘୋଡ଼ା ବେପାର ବାବଦରେ ଅଭିଯୋଗ ଆଣୁଛନ୍ତି ବୋଲି ସେ କହିଛନ୍ତି। ତେବେ ଅଜିତ ପାଓ୍ୱାରଙ୍କ ତରଫରୁ କିଏ ପକ୍ଷ ରଖିବେ ବୋଲି ଜଷ୍ଟିସ ଖାନ୍ନା ପଚାରିଥିଲେ। ଜବାବରେ ଅଜିତଙ୍କ ପକ୍ଷ ରଖି ଓକିଲ ମନିନ୍ଦର ସିଂହ କହିଥିଲେ, ଅଜିତ ଏନସିପିରେ ଅଛନ୍ତି, ସେ ହିଁ ବିଧାୟକ ଦଳର ନେତା।

ସେହିପରି ଶିବସେନା ତରଫରୁ ପକ୍ଷ ରଖି କପିଲ ସିବଲ କହିଥିଲେ, ୨୨ ତାରିଖ ରାତିରେ ତିନି ଦଳ ମିଶି ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ହୋଇଥିଲା। ହେଲେ ତା’ ପରଦିନ ସକାଳେ ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସକାଳ ୫ଟାରେ ହଠାତ୍ ରାଷ୍ଟ୍ରପତି ଶାସନ ହଟାଇଛନ୍ତି ରାଜ୍ୟପାଳ। କେଉଁ ପରିସ୍ଥିତିରେ ରାତି ଅଧିଆ ରାଷ୍ଟ୍ରପତି ଶାସନ ହଟିଲା ସେ ବାବଦରେ ସମସ୍ତେ ଖିୁଲାସା ହେବା ଦରକାର ବୋଲି ସିବଲ ଖଣ୍ଡପୀଠଙ୍କ ଆଗରେ କହିଛନ୍ତି।

କଂଗ୍ରେସର ଓକିଲ ଅଭିଷେକ ସିଂଘବୀ ମଧ୍ୟ ପକ୍ଷ ରଖି କହିଛନ୍ତି, ବିଧାନସଭାରେ ଆସ୍ଥା ଭୋଟ ଶୀଘ୍ର ହେବା ଆବଶ୍ୟକ ରହିଛି। ଏଥିପାଇଁ କୋର୍ଟ ନିର୍ଦ୍ଦେଶ ଦେବା ଦରକାର। ଶିବସେନା ପାଖରେ ୫୪, ଏନସିପି ପାଖରେ ୪୮ ଏବଂ କଂଗ୍ରେସ ପାଖରେ ୪୪ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସେ କହିଛନ୍ତି। ପ୍ରୋଟେମ ସ୍ପିକର ନିଯୁକ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ଦରକାର ବୋଲି ସେ କହିଛନ୍ତି। ଆସ୍ଥା ଭୋଟ ହେଲେ କାହା ପାଖରେ ସମର୍ଥନ ରହିଛି ଜଣାପଡ଼ିବ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ରରେ ଶନିବାର ବିଜେପି ସରକାର ଗଢ଼ିଛି। ଏହାକୁ ଅସାମ୍ୱିଧାନିକ କହି ଶିବସେନା-ଏନସିପି-କଂଗ୍ରେସ ଶିନିବାର ରାତିରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଆବେଦନ କରିଥିଲେ। ଗତକାଲି ଛୁଟି ଦିନ ଥିଲେ ମଧ୍ୟ ଖଣ୍ଡପୀଠ ଶୁଣାଣି କରି ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/37C7m4C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages