‘ଫୋନି’ର ୭ ମାସ ପରେ ବି କମିନି ଦୁଃଖ; ଭଙ୍ଗା ଚାଳିଆରେ କଟୁଛି ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

‘ଫୋନି’ର ୭ ମାସ ପରେ ବି କମିନି ଦୁଃଖ; ଭଙ୍ଗା ଚାଳିଆରେ କଟୁଛି ଦିନ

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ସାମୁଦ୍ରିକ ଝଡ଼ ‘ଫୋନି’ରେ ପୁରୀ ଓ ଏହାର ଆଖପାଖ ଅଞ୍ଚଳ ଛାରଖାର ହୋଇଯାଇଥିଲା। ଫୋନିର ଭୟାବହତା ଏପରି ଥିଲା ଯେ,  ୭ ମାସ ପରେ ବି ଏହାକୁ ପାସୋରି ପାରୁ ନାହାନ୍ତି ଲୋକ।  ତା’ ଭିତରେ ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଆସି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ‘ଫୋନି’ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନାହିଁ। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ ଅନ୍ତର୍ଗତ କୁଶୁବେଣ୍ଟି ଗ୍ରାମପଞ୍ଚାୟତରୁ।

ଏହି ଗ୍ରାମପଞ୍ଚାୟତ ଅଧୀନରେ ଜଗବଳ, ବୁଡ଼ାକେରା ଓ କଙ୍କଡ଼ାବିଷ ଗାଁ ରହିଛି। ଏହି ତିନୋଟି ଗାଁରେ ଫୋନିରେ କାହାର ଘର ଭାଙ୍ଗି  ମାଟିରେ ମିଶିଯାଇଥିଲା ତ କାହାର ଚାଳ ଛପର ଉଡ଼ି ଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳି ନାହିଁ। ଏବେବି ଲୋକମାନେ ପଲିଥିନ୍ ଟାଣି ରହୁଥିବା ବେଳେ ବହୁ ବିପନ୍ନ ଏବେ ବି ବାତ୍ୟା ଆଶ୍ରୟସ୍ଥଳୀରେ ପଡ଼ି ରହିଛନ୍ତି। ଘର ଖଣ୍ଡିଏ ପାଇଁ ସରକାରୀ ଅଧିକାରୀଙ୍କ ନିକଟରେ ଗୁହାରୀ କଲେ ମଧ୍ୟ କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ ହୋଇଛି।

ଜଗବଳ ଗାଁର ଭିନ୍ନକ୍ଷମ ବ୍ୟକ୍ତି ଧନଞ୍ଜୟ ପଲାଇଙ୍କ ଘର ଫୋନିରେ ଭାଙ୍ଗି ଯାଇଥିଲା। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଘର ଖଣ୍ଡିଏ ମିଳିନାହିଁ। ଶେଷରେ ବାଧ୍ୟ ହୋଇ ବାତ୍ୟା ଆଶ୍ରୟ ତଳେ ଏକ ଟିଣ ଘର କରି ନିଜ ସ୍ତ୍ରୀଙ୍କ ସହ ରହୁଛନ୍ତି। ଦୁଇ ଛୁଆଙ୍କୁ ମାମୁ ଘରକୁ ପଠାଇଦେଇଛନ୍ତି। ତାଙ୍କ ନାଁ ଘର ତାଲିକାରେ ନଥିବା ସେ ଅଭିଯୋଗ କରିଛନ୍ତି।
ସେହିପରି ବୁଡ଼ାକେରା ଓ କଙ୍କଡ଼ାବିଷ ଗାଁର ଅନେକ ଲୋକଙ୍କ ଘର ଫୋନିରେ ଭାଙ୍ଗିଯାଇଥିବା ବେଳେ ଆଉ କାହାର ଛପର ଉଡ଼ିଯାଇଥିଲା। ହେଲେ ଏ ଯାବତ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳିନବାରୁ ପଲିଥିନ୍‌ ବାନ୍ଧି ରହୁଛନ୍ତି।

ବୁଡ଼ାକେରାଗାଁର ସଠିଆ ରାଉତ ରାୟ କହିଛନ୍ତି,“ଫୋନିରେ ଆମ ଘର ଭାଙ୍ଗିଗଲା। ଆମେ ଗରିବ ଲୋକ। ଘର ଖଣ୍ଡିଏ କରିପାରୁ ନାହୁଁ। ସରକାର ଘର ଦେବେ ବୋଲି କହିଲେ, କିନ୍ତୁ ଏପର୍ଯ୍ୟନ୍ତ ତାହା ମିଳିପାରିନାହିଁ। ବଡ଼ ବଡ଼ିଆ ଲୋକଙ୍କୁ ଘର ମିଳୁଛି, ହେଲେ ଆମକୁ ମିଳୁ ନାହିଁ। ଘର ଭାଙ୍ଗିବା ପରେ ସରକାରଙ୍କ ପକ୍ଷରୁ ଜରି ମିଳିଥିଲା। ସେହି ଜରି ଟାଣି ରହିଛୁ।”

କଙ୍କଡ଼ାବିଷ ଗାଁର ସୁନ୍ଦରୀ ସାହୁ କହିଛନ୍ତି,“ଫୋନିରେ ଘର ଭାଙ୍ଗିଗଲା। ସ୍କୁଲ ଘରେ ଦୁଇ ମାସ ରହିଲୁ। ଫୋନି ପରେ ସରକାରଙ୍କ ତରଫରୁ ଚାଉଳ ବସ୍ତା, ଜରି ଖଣ୍ଡେ ଓ ଦୁଇ ହଜାର ଟଙ୍କା ମିଳିଥିଲା। ଆଉ କିଛି ମିଳିନାହିଁ। ଘର ଖଣ୍ଡିଆ ପାଇଁ ତହସିଲଦାର ଓ ଜିଲ୍ଲାପାଳଙ୍କ ପାଖକୁ ଗଲି। ହେଲେ ମୋ କଥା କେହି ଶୁଣିଲେ ନାହିଁ।”

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କଚା ଘରଥିବା ଲୋକଙ୍କୁ ପକ୍କା ଘର ମିଳିଥାଏ। ସବୁଠାରୁ ଦୁଃଖର କଥାଯେ ଜଗବଳ, ବୁଡ଼ାକେରା ଓ କଙ୍କଡ଼ାବିଷ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ ତାଲିକାରୁ ସମ୍ପୂର୍ଣ୍ଣ ବାଦ ପଡ଼ିଛନ୍ତି।

ସରପଞ୍ଚ ମନମୋହନ ସାହୁ କହିଛନ୍ତି,“ତିନୋଟି ଗାଁ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡ଼ିଛନ୍ତି। ଏନେଇ ମୁଁ ଜିଲ୍ଲାପାଳଙ୍କୁ ଦରଖାସ୍ତ କରିଥିଲି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ।”

ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ କହିଛନ୍ତି,“ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ସମସ୍ତଙ୍କୁ ମିଳିଛି। । କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ କରାଯାଉଛି। ରିପୋର୍ଟ ଆସିଲେ ଉପଯୁକ୍ତ ହିତାଧିକାରୀଙ୍କୁ ଘର ମିଳିବ।”

ଫୋନିକୁ ୨୦୦ ଦିନ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ମିଳିନାହିଁ ଘର ଖଣ୍ଡିଏ। କେବେ ଲୋକଙ୍କୁ ଘର ଖଣ୍ଡିଏ ମିଳିବ,  ତାହା ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2KSwb2F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages