ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁତ ଲୋକଙ୍କର ସେଲେବ୍ରିଟି ମାନେ କ୍ରସ୍ ହୋଇଥିବେ। କିନ୍ତୁ କିଛି ସେଲେବ୍ରିଟିଙ୍କର ମଧ୍ୟ କିଛି ଷ୍ଟାର୍ କ୍ରସ୍ ହୋଇଥା’ନ୍ତି। ଏଇ ଯେମିତି ଓଲିଉଡ୍ ଅଭିନେତ୍ରୀ ଭୂମିକାଙ୍କର କ୍ରସ୍ ହେଉଛନ୍ତି ଦୁଇ ଜଣ ଜଣାଣୁଣା ଟେଲିଭିଜନ୍ ଷ୍ଟାର୍।
ଭୂମିକାଙ୍କୁ ବେଶ୍ ଭଲ ଲାଗନ୍ତି ‘ନାଗିନ୍-୩‘ ଓ ‘ବେପନାହ୍ ପ୍ୟାର୍’ ଧାରାବାହିକରେ ଅଭିନୟ କରିଥିବା ପର୍ଲ ଭି ପୁରୀ। ଏଥିସହ ବଲିଉଡ୍ ଅଭିନେତ୍ରୀ ବିପାଶା ବାସୁଙ୍କ ସ୍ୱାମୀ ତଥା ଅଭିନେତା କରନ୍ ସିଂ ଗ୍ରୋଭରଙ୍କୁ ମଧ୍ୟ ସେ ପସନ୍ଦ କରନ୍ତି।
ଭୂମିକାଙ୍କ କହିବା ଅନୁଯାୟୀ, ଯେଉଁମାନେ ଭଲ ଅଭିନୟ କରନ୍ତି, ସେମାନେ ତାଙ୍କର କ୍ରସ୍ ହୋଇଯା’ନ୍ତି। ଜଣେ ଭଲ କଳାକାରଙ୍କୁ ସ୍ୱତଃସ୍ଫୂର୍ତ୍ତ ଭାବେ ସମ୍ମାନ ଦିଆଯାଏ। ସେହିପରି ତାଙ୍କ ପ୍ରତି ଭଲ ପାଇବା ବି ବଢ଼ିଯାଏ।
‘ତରଙ୍ଗ ମ୍ୟୁଜିକ୍’ରେ ପ୍ରସାରିତ କାର୍ଯ୍ୟକ୍ରମ ‘ସେଲେବ୍ରିଟି ୧୦୦’ର ଏକ ଏପିସୋଡ୍ରେ ଯୋଗ ଦେଇ ଭୂମିକା ଏ କଥା କହିଥିଲେ।
ଏହି କାର୍ଯ୍ୟକ୍ରମରେ ଭୂମିକାଙ୍କୁ ତାଙ୍କ ବାହାଘର ବିଷୟରେ ବି କିଛି ପ୍ରଶ୍ନ କରାଯାଇଥିଲା। ସେ କେମିତିକା ପୁଅ ପସନ୍ଦ କରନ୍ତି ବୋଲି ପଚରା ଯାଇଥିଲା। ଏହାର ଉତ୍ତରରେ ଭୂମିକା କହିଥିଲେ ଯେ ସେ ଯାହା ହାତ ଧରିବେ ସେ ତାଙ୍କୁ ବୁଝୁଥିବା ଦରକାର। ପରସ୍ପର ସହ ବୁଝାମଣା ଏକ ବୈବାହିକ ଜୀବନକୁ ସୁନ୍ଦର ଓ ସୁଖମୟ କରିଥାଏ। ତେଣୁ ସେ ଚାହାନ୍ତି ଯିଏ ବି ତାଙ୍କ ଜୀବନରେ ଆସୁ ସେ ତାଙ୍କୁ ଏବଂ ତାଙ୍କ କାମକୁ ବୁଝୁ।
ସେହିଭଳି ସେ ଲଭ୍ ମ୍ୟାରେଜ୍ କରିବେ ନା ଆରେଞ୍ଚ ମ୍ୟାରେଜ୍ କରିବେ ବୋଲି ପଚରାଯାଇଥିଲା। ଏହାର ଉତ୍ତରରେ ଭୂମିକା କହିଥିଲେ ଯେ ସେ ଏ ବିଷୟରେ କେବେ ଚିନ୍ତା କରି ନାହାନ୍ତି। କିନ୍ତୁ ତାଙ୍କ ବିବାହ ନିଷ୍ପତ୍ତିରେ ତାଙ୍କ ବାପାମା’ଙ୍କ ମତର ଗୁରୁତ୍ୱ ରହିବ। ତା’ସହିତ ପିଲାଟି ମଧ୍ୟ ତାଙ୍କ ମନପସନ୍ଦାର ହେବା ଦରକାର ବୋଲି ସେ କହିଥିଲେ।
from Odisha Reporter https://ift.tt/2Y2HZVC
No comments:
Post a Comment