ମହାରାଷ୍ଟ୍ରରେ ମେଣ୍ଟ ପାଇଁ ମୋଦିଙ୍କ ଆଗରେ ପାଓ୍ୱାର କ’ଣ ରଖିଥିଲେ ପ୍ରସ୍ତାବ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 30, 2019

ମହାରାଷ୍ଟ୍ରରେ ମେଣ୍ଟ ପାଇଁ ମୋଦିଙ୍କ ଆଗରେ ପାଓ୍ୱାର କ’ଣ ରଖିଥିଲେ ପ୍ରସ୍ତାବ?

ନୂଆଦିଲ୍ଲୀ: ଅକ୍ଚୋବର ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସରକାର ଗଢ଼ିବା ନେଇ ସମସ୍ତ ଦଳ ପ୍ରୟାସ କରିଥିଲେ। ଶିବସେନା ବିଜେପିକୁ ଛାଡ଼ି ଏନସିପି ଓ କଂଗ୍ରେସ ସହ ମେଣ୍ଟ କରିବ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଏହି ସମୟରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ନଭେମ୍ୱର ୨୦ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ଭେଟଘାଟରୁ ଆକଳନ କରାଯାଉଥିଲା ବିଜେପି ସହ ଏନସିପି ମେଣ୍ଚ କରିପାରେ। ତେବେ ଏହି ଭେଟଘାଟ ରାଜ୍ୟର ଚାଷୀଙ୍କ ସମସ୍ୟା ବାବଦରେ ଥିଲା ବୋଲି କହିଥିଲେ ଶରଦ ପାଓ୍ୱାର।

ଏବେ ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି, ମୋଦି ଓ ପାଓ୍ୱାରଙ୍କ ମଧ୍ୟରେ ଏହି ଭେଟଘାଟ ବେଳେ ମହାରାଷ୍ଟ୍ର ରାଜନୀତି ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟରେ ବିଜେପି ସହ ମେଣ୍ଟ ପାଇଁ ଶରଦ ପାଓ୍ୱାର ପ୍ରଧାନମନ୍ତ୍ରୀଙ୍କ ଆଗରେ ଦୁଇଟି ସର୍ତ୍ତ ରଖିଥିଲେ। ପ୍ରଥମ ସର୍ତ୍ତଟି ଥିଲା ତାଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ କେନ୍ଦ୍ରର କୃଷି ମନ୍ତ୍ରୀ ହେବେ ଓ ଦ୍ୱିତୀୟରେ ଦେବେନ୍ଦ୍ର ଫଡ଼ନାବିସଙ୍କ ସ୍ଥାନରେ ବିଜେପିରୁ ଆଉ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ହେଲେ ପ୍ରଧାନମନ୍ତ୍ରୀ ଦୁଇଟି ଯାକ ସର୍ତ୍ତକୁ ଖାରଜ କରି ଦେଇଥିଲେ।

ଯଦି ଏନସିପି ରାଜ୍ୟରେ ମେଣ୍ଟ କରିବାକୁ ଯାଇ କୃଷି ମନ୍ତ୍ରୀ ଭଳି ବଡ଼ ପଦ ନେବ ତାହାଲେ ଆଗାମୀ ଦିନରେ ବିହାରର ଜେଡିୟୁ ମଧ୍ୟ ରେଳ ମନ୍ତ୍ରୀ ପାଇଁ ଦାବି କରିପାରେ ବୋଲି ପ୍ରଧାନମନ୍ତ୍ରୀ ବିଚାର କରିଥିଲେ। ଖାଲି ଜେଡିୟୁ ନୁହେଁ ଅନ୍ୟାନ୍ୟ ସହଯୋଗୀ ଦଳ ମଧ୍ୟ ମନ୍ତ୍ରୀ ପଦବୀ ପାଇଁ ବ୍ଲାକମେଲ୍ କରିପାରନ୍ତି। କିନ୍ତୁ ଦେଶର ଜନାଦେଶ ବିଜେପି ସପକ୍ଷରେ ଥିବାରୁ ରାଜ୍ୟରେ କ୍ଷମତାରେ ରହିବା ଆଶାରେ କେନ୍ଦ୍ରର ବଡ଼ ବଡ଼ ମନ୍ତ୍ରୀ ପଦ ହରାଇବା ଠିକ୍ ନୁହେଁ ବୋଲି ବିଚାର କରିଥିଲେ ପ୍ରଧାନମନ୍ତ୍ରୀ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ପାଓ୍ୱାରଙ୍କ ଦ୍ୱିତୀୟ ପ୍ରସ୍ତାବ ବାବଦରେ ବିଚାର କରି ଦେଖଥିଲେ ଯେ, ଫଡନାବିସ ୫ ବର୍ଷ ଯାଏ ରାଜ୍ୟରେ ସ୍ଥିର ସରକାର ଦେଇଛନ୍ତି। ଏମିତିକି ତାଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ। ଏଭଳି ସ୍ଥିତିରେ ଫଡନାବିସଙ୍କ ସ୍ଥାନରେ ଆଉ କାହାକୁ ମୁଖ୍ୟମନ୍ତ୍ରୀ କରିବା ଠିକ୍ ନୁହେଁ। ଶେଷରେ ପାଓ୍ୱାରଙ୍କ ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିନଥିଲେ ମୋଦି।

ଏହାପରେ ନଭେମ୍ୱର ୨୨ରେ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କ ସମର୍ଥନରେ ବିଜେପି ସରକାର ଗଢ଼ିବ ବୋଲି ରାତିରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ପ୍ରସ୍ତାବ ଦେଇଥିଲା। ସେତେବେଳେ ଅଜିତଙ୍କ ସମର୍ଥନରେ ୩୦ ରୁ ୩୫ ଦଳୀୟ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ସୂଚନା ମିଳିଥିଲା।

ଏହାପରେ ୨୩ ତାରିଖ ସକାଳେ ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଅଜିତ ପାଓ୍ୱାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ହେଲେ ଅଜିତଙ୍କ ସମର୍ଥନରେ ବିଧାୟକଙ୍କ ସଂଖ୍ୟା କମିବା ପରେ ଉଭୟ ଫଡନାବିସ ଓ ଅଜିତ ପାଓ୍ୱାର ଇସ୍ତଫା ଦେଇଥିଲେ। ଏହାପରେ ୨୮ ତାରିଖ ଦିନ ମହା ବିକାଶ ଅଘାଡି ସରକାର ରାଜ୍ୟରେ ଶାସନ ଭାର ଦାୟିତ୍ୱ ନେଇଛି।



from Odisha Reporter https://ift.tt/2q96Fz8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages