ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସହର ପରି ଗାଁରେ ମନଇଚ୍ଛା ଦୁଇ ମହଲା ଘର କରି ହେବନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଗାଁରେ ୫୦୦ ବର୍ଗ ମିଟରରୁ ଅଧିକ ବା ଦୁଇ ମହଲା ଘର କରିବା ପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ଉପଯୁକ୍ତ ପ୍ଲାନିଂ ସହ ପଞ୍ଚାୟତ ସମିତି ପାଖରେ ଆବେଦନ କରିବାକୁ ପଡ଼ିବ। ଏହାର ଆପ୍ରୁଭାଲ୍ ପାଇଁ ପଞ୍ଚାୟତ ପକ୍ଷରୁ ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଯିବ। ଜିଲ୍ଲା ପ୍ଲାନିଂ ୟୁନିଟ ଅନୁମୋଦନ କଲେ ଘର ନିର୍ମାଣ କରାଯାଇପାରିବ।”
ସେହିପରି ଗେଜେଟ୍ ନୋଟିଫିକେସନ ପ୍ରସ୍ତୁତ ପରେ ନିର୍ମାଣାଧୀନ ଥିବା ଘର ଗୁଡ଼ିକ କ୍ଷେତ୍ରରେ କଂପାଉଣ୍ଡିଂ ଫି ଲାଗୁ ହେବ। କଂପାଉଣ୍ଡିଂ ଫି ଦାଖଲ କରି ଆପ୍ରୁଭାଲ୍ କରି ହେବ ବୋଲି ନୋଟିଫିକେସନରେ କୁହାଯାଇଛି।
ସରକାରୀ ନିୟମ ମୁତାବକ ଘର ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
from Odisha Reporter https://ift.tt/2KcXcOa
No comments:
Post a Comment