ଚେକିଂ ବେଳେ ଚଢ଼ିଗଲା ୧୪ ଚକିଆ ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 11, 2019

ଚେକିଂ ବେଳେ ଚଢ଼ିଗଲା ୧୪ ଚକିଆ ଟ୍ରକ୍‌

କେନ୍ଦୁଝର (ପ୍ରଣୟ ପାଣି): ଚେକିଂ ବେଳେ ଜଣେ ଆରଟିଓ କର୍ମଚାରୀଙ୍କ ଉପରେ ଏକ ୧୪ ଚକିଆ ଟ୍ରକ୍‌ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ପୋଖରୀପାଣି ନିକଟସ୍ଥ ବାଇପାସ୍‌ରେ।

ମୃତ ଆର୍‌ଟିଓ କର୍ମଚାରୀଙ୍କ ନାଁ ବିଜୟ କୁମାର ମହାନ୍ତି। ସେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଏନ୍‌ଏଚ୍‌ ୨୦ର ବାଇପାସ୍‌ରେ ଏମ୍‌ଭିଆଇ ଚେକିଂ ବେଳେ ଏହି ଘଟଣା ଘଟିଥିଲା। ବିଜୟଙ୍କୁ ଚପାଇ ଦେଇ ଟ୍ରକ୍‌ଟି ସେଠାରୁ ଫେରାର ହୋଇଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ଭିଆଇର ଏହି ଟିମ୍ ଆନନ୍ଦପୁର ଯାଉଥିଲା। ସେଠାରେ ଏକ ଡିଏଲ୍ କ୍ୟାମ୍ପକୁ ସେମାନେ ଯାଉଥିଲେ। ବାଟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ିକୁ ସେମାନେ ଚେକ୍ କରିଥିଲେ। ସେଠାରୁ ଫେରୁଥିବା ବେଳେ ବିଜୟଙ୍କୁ ଏହି ୧୪ ଚକିଆ ଟ୍ରକ୍‌ଟି ଚାପି ଦେଇଥିଲା।

 



from Odisha Reporter https://ift.tt/34T84sk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages