ଶିବସେନାକୁ ସମର୍ଥନ କରିବାକୁ କଂଗ୍ରେସ ବିଧାୟକ ରାଜି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ଶିବସେନାକୁ ସମର୍ଥନ କରିବାକୁ କଂଗ୍ରେସ ବିଧାୟକ ରାଜି!

ଜୟପୁର: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାରରେ ସାମିଲ୍ ହେବାକୁ କଂଗ୍ରେସ ବିଧାୟକ ରାଜି ହୋଇଥିବା ସୂଚନା ରହିଛି। ଏବେ ଅପେକ୍ଷା ଦଳର ହାଇକମାଣ୍ଡ ତଥା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିଷ୍ପତ୍ତିକୁ। ଯଦି କଂଗ୍ରେସ ଶିବସେନାକୁ ସମର୍ଥନ ଦେବ ବୋଲି ଘୋଷଣା କରିବ, ତା’ହେଲେ ଦେଶର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଚି ହେବ। କାରଣ ଶିବସେନାର ପ୍ରତିଷ୍ଠାତା ବାଲ୍ ଠାକରେ ସବୁବେଳେ କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିଲେ। ଏବେ କିନ୍ତୁ ତାଙ୍କରି ଦଳ ଶିବସେନା କଂଗ୍ରେସକୁ ରାଜ୍ୟରେ ମଜବୁତ କରୁଛି।

ରାଜ୍ୟରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ଚାଲିଛି। ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଶିବସେନା ଯେଉଁ ଦାବି କରୁଛି ଏହାକୁ ଗ୍ରହଣ କରିବାକୁ ନାରାଜ୍। ତେଣୁ ବିଜେପି ଏବେ ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ସରକାର ଗଢ଼ିବା ପାଇଁ ଶିବସେନାର ବିନା ସହଯୋଗରେ ମ୍ୟାଜିକ ନମ୍ୱର ଛୁଇଁବା କଷ୍ଟକର ହୋଇପଡ଼ିଛି। ତେଣୁ ବିଜେପି ସରକାର ଗଢ଼ିବ ବୋଲି ମଧ୍ୟ ଦାବି କରିପାରୁନି।

ଘୋଡ଼ା ବେପାର ଆଶଙ୍କା କରି କଂଗ୍ରେସ ଏବେ ଦଳର ବିଧାୟକଙ୍କୁ ରାଜସ୍ଥାନ ଜୟପୁରର ଏକ ହୋଟେଲରେ ରଖିଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ମହରାଷ୍ଟ୍ରର କଂଗ୍ରେସ ସଭାପତି ଥାରୋଟ୍ ଦଳୀୟ ବିଧାୟକଙ୍କ ସହ ଶିବସେନାକୁ ସମର୍ଥନ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ। କଂଗ୍ରେସ ବିଧାୟକମାନେ ଶିବସେନାକୁ ସମର୍ଥନ କରିବା ପାଇଁ ରାଜି ହୋଇଥିବା ସୂଚନା ରହିଛି। ତେଣୁ ଏବେ ଦଳ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା ବୋଲି ମଲ୍ଲିକାର୍ଜୁନ ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ କଂଗ୍ରେସର ସହଯୋଗୀ ଏନସିପି ଯଦି ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନିଏ, ତା’ହେଲେ ଶିବସେନା ରାଜ୍ୟରେ ସରକାର ଗଢ଼ି ପାରିବ। ବିଜେପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଆମନ୍ତ୍ର କରିଛନ୍ତି। ଆସନ୍ତାକାଲି ସୁଦ୍ଧା ବିଜେପି ନିଜ ନିଷ୍ପତ୍ତି ବାବଦରେ ଅବଗତ କରାଇବ। ଯଦି ବିଜେପି ସରକାର ନଗଢ଼ିବ ତାହେଲେ ଶିବସେନାକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିପାରନ୍ତି ରାଜ୍ୟପାଳ।



from Odisha Reporter https://ift.tt/2X7jYfy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages