ଆୟୁଷ୍ମାନ୍‌ଙ୍କ ଅସୁମାରୀ ସ୍ୱପ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ଆୟୁଷ୍ମାନ୍‌ଙ୍କ ଅସୁମାରୀ ସ୍ୱପ୍ନ

ମୁମ୍ବାଇ: ବଲିଉଡ୍‌ର ୟଙ୍ଗ୍ ଟ୍ୟାଲେଣ୍ଟ ଆୟୁଷ୍ମାନ୍‌ ଖୁରାନାଙ୍କ ସଫଳତା ଏବେ ଆକାଶ ଛୁଇଁବାକୁ ଲାଗିଲାଣି। ଏକ ଟେଲିଭିଜନ୍‌ ରିଆଲିଟି ଶୋ’ରୁ କ୍ୟାରିୟର ଆରମ୍ଭ କରିଥିବା ଏହି ସାଧାରଣ ଯୁବକ ଆଜି ବଲିଉଡ୍‌ ଇଣ୍ଟଷ୍ଟ୍ରିରେ ଓ ଭାରତୀୟଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଆୟୁଷ୍ମାନ୍‌ ଭଲ ଅଭିନୟ କରିବା ସହ ଭଲ ଗୀତ ବି ଗାଇ ପାରନ୍ତି। ଗୀତରେ ବି ସେ ବେଶ୍ ସଫଳତା ହାସଲ କରିଛନ୍ତି। ଉଭୟ ଅଭିନୟ ଓ ସଙ୍ଗୀତରେ ସଫଳତା ପାଇବା ପରେ ଏବେ ସେ କିଛି ନୂଆ କରିବାକୁ ମନ ବଳାଇଲେଣି।

ନିକଟରେ ଏକ ସାକ୍ଷାତକାରରେ ଆୟୁଷ୍ମାନଙ୍କୁ ପଚରା ଯାଇଥିଲା ଯେ ଅଭିନୟ ଓ ଗୀତରେ ସଫଳତା ପାଇବା ପରେ ଏବେ ସେ ଆଉ କ’ଣ କରିବାକୁ ଚାହୁଁଛନ୍ତି। ଏହାର ଉତ୍ତରରେ ସେ କହିଥିଲେ ଯେ ଏକ ବହି ଲେଖିବାକୁ ଚାହୁଁଛନ୍ତି। ଏହା ଏକ କବିତା ସଙ୍କଳନ ହେବ। ତା’ସହିତ ସେ ଫିଲ୍ମ ସ୍କ୍ରିପ୍ଟ ମଧ୍ୟ ଲେଖିବାକୁ ଚାହୁଁଛନ୍ତି। ଖାଲି ଏତିକି ନୁହେଁ, ସେ ଫିଲ୍ମ ନିର୍ଦ୍ଦେଶନା ଦେବାସହ  ପ୍ରୟୋଜକ ମଧ୍ୟ ହେବାକୁ ଚାହୁଁଛନ୍ତି।

ଆୟୁଷ୍ମାନଙ୍କ ଏହି ସବୁ ସ୍ୱପ୍ନ ଯଦି ସତରେ ପୂରଣ ହୋଇଯାଏ, ତା’ହେଲେ ତାଙ୍କ ନାଁରେ ଏକ ରେକର୍ଡ ହୋଇଯିବ।  ଫରହାନ ଅଖ୍‌ତରଙ୍କୁ ଏସବୁ ସଫଳତା ମିଳିସାରିଛି। ସେ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ପ୍ଲେବ୍ୟାକ୍ ସିଙ୍ଗର୍, ସ୍କ୍ରିନ୍‌ ରାଇଟର୍ ଓ ଟେଲିଭିଜନ୍‌ ହୋଷ୍ଟ୍‌।

 

ଆୟୁଷ୍ମାନ୨୦୦୨ରେ  ଟେଲିଭିଜନ ରିଆଲିଟି ଶୋ‘ ରୋଡିଜ୍‌ ୨’ରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହି ଶୋ’ର ବିଜେତା ହେବା ପରେ ସେ ହିନ୍ଦୀ ଟେଲିଜଗତରେ ଏଣ୍ଟ୍ରି କରିଥିଲେ। ସେ ଅନେକ ରିଆଲିଟି ଶୋ’ ହୋଷ୍ଟ କରିଛନ୍ତି। ଏହାପରେ ସେ ୨୦୧୨ରେ ‘ଭିକ୍କି ଡୋନର୍‌’ ଜରିଆରେ ବିଲିଉଡରେ ଡେବ୍ୟୁ କରିଥିଲେ। ସେ ତାଙ୍କ ପ୍ରଥମ ଫିଲ୍ମ ‘ଭିକ୍କି ଡୋନର୍‌’ରୁ ହିଁ ସମସ୍ତଙ୍କୁ ଜଣାଇ ଦେଇଥିଲେ ଯେ ଆଗକୁ ସେ ଅନ୍ୟ ଅଭିନେତାଙ୍କ ଉପରେ ଭାରି ପଡ଼ିବେ। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର ଆୱର୍ଡ଼ ମଧ୍ୟ ମିଳିଥିଲା। ଆୟୁଷ୍ମାନଙ୍କର ପ୍ରାୟ ସବୁ ଫିଲ୍ମ ସୁପରହିଟ୍‌ ହୋଇଛି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କ ଫିଲ୍ମ ବେଶ୍ ଭଲ ଚାଲେ। କେବଳ ଫିଲ୍ମ ନୁହେଁ, ଗୀତ ଗାଇବାରେ ବି ସେ ମାହିର। ତାଙ୍କ ପ୍ରଥମ ଗୀତ ‘ପାନି ଦା ରଙ୍ଗ’ ପାଇଁ ତାଙ୍କୁ ବେଷ୍ଟ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଭାବେ ଫିଲ୍ମଫେୟାର ଆୱାର୍ଡ଼ ମିଳିଥିଲା। ତାଙ୍କ ସଙ୍ଗୀତର ଯାଦୁ ଯୁବପିଢିଙ୍କୁ ବେଶ୍‌ ମତୁଆଲା କରେ।

ସୂଚନାଯୋଗ୍ୟ, ଆୟୁଷ୍ମାନଙ୍କର ଫିଲ୍ମ ‘ବାଲା’ ନିକଟରେ ରିଲିଜ୍‌ ହୋଇଛି। ଏହି ଫିଲ୍ମଟି କିଛି ବିବାଦ ଦେଇ ଗତି କରୁଥିବା ସତ୍ତ୍ୱେ ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ଏକ କ୍ରେଜ୍‌ ରହିଛି। ଏହା ବ୍ୟତୀତ ଆଗକୁ ଆୟୁଷ୍ମାନଙ୍କୁ ଫିଲ୍ମ ‘ଗୁଲାବୋ ସୀତାବୋ’ ଓ ’ଶୁଭ ମଙ୍ଗଲ୍‌ ସାବଧାନ୍’ରେ ଦେଖିବାକୁ ମିଳିବ। ଫିଲ୍ମ ‘ଗୁଲାବୋ ସୀତାବୋ’ରେ ଆୟୁଷ୍ମାନ ପ୍ରଥମ ଥର ପାଇଁ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ୍‌ ଶେଆର କରିବେ।



from Odisha Reporter https://ift.tt/33L3V9q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages