ଆଜି ମଧ୍ୟରାତ୍ରରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିପାରେ ‘ବୁଲ୍‌ବୁଲ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 8, 2019

ଆଜି ମଧ୍ୟରାତ୍ରରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିପାରେ ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି  ମଧ୍ୟରାତ୍ରରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିପାରେ ‘ବୁଲ୍‌ବୁଲ୍‌’। ହେଲେ ଏଥିଯୋଗୁ ଓଡ଼ିଶାରେ ବିଶେଷ କ୍ଷୟକ୍ଷତି ହେବ ନାହିଁ। ଏଠାରେ ସ୍ଥିତି ଆପାତତଃ ଭଲ ଅଛି। ୭୦ରୁ ୮୦ କିମି ବେଗରେ ପବନ ବହୁଛି, ଧୀରେ ଧୀରେ ତାହା କମିଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଆଜି ସକାଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ। ଏଥିସହ ସେ କହିଛନ୍ତି,  ‘ବୁଲ୍‌ବୁଲ୍‌’ ଯୋଗୁ ଏ ଯାବତ ଧାମରା, କେନ୍ଦ୍ରାପଡ଼ା, ପାରାଦୀପ ଆଦି କିଛି ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ହେଲେ  କୌଣସିଠାରେ ଘର ଭାଙ୍ଗି ନ ଥିବା ବେଳେ ମୃତାହତ ଓ କ୍ଷୟକ୍ଷତିର ସୂଚନା ମିଳିନି। କିନ୍ତୁ  ବର୍ତ୍ତମାନ ସୁଦ୍ଧା ସବୁ କ୍ଷୟକ୍ଷତିର ସୂଚନା ମିଳିପାରିନି।ପଶ୍ଚିମବଙ୍ଗ ଧୀବରମାନଙ୍କୁ ଧାମରା ଓ ତାଳଚୁଆରେ ସୁରକ୍ଷିତ ଭାବେ ରଖାଯାଇଛି।

କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ ଅପରାହ୍ନ ୧୨ଟାରେ  ଭିଡିଓ କନଫରେନ୍ସଂ ଜରିଆରେ ଆଲୋଚନା ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ତଳିଆ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଫସଲ ଅମଳ ହୋଇନି। ଏହା କ୍ଷତିଗ୍ରସ୍ତ ହୋଇଥାଇପାରେ ବୋଲି  ଆଶଙ୍କା ରହିଛି ।  କିପରି କମ୍‌ରୁ କମ୍‌ ପରିମାଣର ଫସଲ ‘ବୁଲ୍‌ବୁଲ୍‌’ ଯୋଗୁ କ୍ଷତିଗ୍ରସ୍ତ ହେବ ସେ ସମ୍ପର୍କରେ  କୃଷି ବିଭାଗ, OUAT ପକ୍ଷରୁ ପରାମର୍ଶ ଦିଆଯାଇଥିଲା ବୋଲି ସେ କହିଛନ୍ତି।

 



from Odisha Reporter https://ift.tt/32s0yTv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages