ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍ବୁଲ୍’ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେବାରେ ଲାଗିଛି । ‘ବୁଲ୍ବୁଲ୍’ ଓଡିଶା ନଛୁଇଁଲେ ମଧ୍ୟ ଏହା ପ୍ରଭାବରେ ପବନ ଓ ବର୍ଷା ଲାଗି ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ବର୍ଷା ସାଙ୍ଗକୁ ପବନ ବହୁଛି। ପାରାଦୀପରେ ପ୍ରବଳ ବର୍ଷା ହେଉଛି ।
ବର୍ତ୍ତମାନ ସୁଦ୍ଧା ଏହା ପାରାଦ୍ୱୀପଠୁ ୧୧୦ କିଲୋମିଟର ଦୂରରେ ଅଛି । ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ଧାମରାରେ ୧୧୦ କିଲୋମିଟର ବେଗରେ ପବନ ବହିଛି । ଏହା ସୁନ୍ଦରବନ୍ରେ ସ୍ଥଳଭାଗ ଛୁଇଁବ। ହେଲେ ଓଡ଼ିଶା ନିକଟରେ ଅତିକ୍ରମ କଲାବେଳେ ଉପକୂଳ ଓ ଉତ୍ତର ଓଡ଼ିଶାରେ କ୍ଷୟକ୍ଷତିର ଆଶଙ୍କା ରହିଛି । ପୁରୀ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଛି। ଆଜି ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ଗତି ଓ ବର୍ଷାର ପରିମାଣ ଆହୁରି ବଢିବାର ସମ୍ଭାବନା ରହିଛି ।
from Odisha Reporter https://ift.tt/36NrTD7
No comments:
Post a Comment