ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଏକ ସିମେଣ୍ଟ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ଏକ ହାଇୱା ପଛପଟୁ ପିଟି ଦେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ପିକ୍ଅପ୍ ଭ୍ୟାନ୍ଟି କହଁରା ପୋଖରୀ ସ୍ଥିତ ଏକ ସିମେଣ୍ଟ ଗୋଦାମରୁ ସିମେଣ୍ଟ ନେଇ ବିଷ୍ଣୁପୁର ଗାଁକୁ ଯାଉଥିଲା। ଏହି ସମୟରେ ପଛପଟୁ ଏକ ହାଇୱା ଏହାକୁ ପିଟି ଦେଇଥିଲା। ଫଳରେ ସିମେଣ୍ଟ ବୋଝେଇ ପିକ୍ଅପ୍ ଭ୍ୟାନ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଭ୍ୟାନ୍ରେ ଥିବା ୪ ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ।
from Odisha Reporter https://ift.tt/2NQwYle
No comments:
Post a Comment