ବୃଦ୍ଧଙ୍କୁ ଦଳି ଦେଲା ଦନ୍ତାହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ବୃଦ୍ଧଙ୍କୁ ଦଳି ଦେଲା ଦନ୍ତାହାତୀ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଶୁନାଳି ଗାଁରେ ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକଙ୍କ ନାଁ ସାନିଆ ବିରୁଆ(୬୫)। ଗୁରୁତର ମହିଳାଙ୍କ ନାଁ ସୀତା ସାହୁ (୫୦)।

ସୂଚନାଅନୁସାରେ, ଆଜି ସକାଳେ ସାନିଆ ଗାଁ  ନିକଟସ୍ଥ ବିଲକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଏକ ଦନ୍ତାହାତୀ ଜଙ୍ଗଲ ମଧ୍ୟରୁ ଆସି ସାନିଆଙ୍କୁ ଦଳି ଦେଇଥିଲା।  ସେହିପରି ସେହି ଗାଁର ସୀତା ଶୌଚ ପାଇଁ ଯାଇଥିବା ବେଳେ ଦନ୍ତାହାତୀଟି ତାଙ୍କୁ ଗୋଡ଼ାଇ ଶୁଣ୍ଡରେ କଚାଡ଼ି ଦେଇଥିଲା। ତେବେ ସେଠାରେ ଥିବା ଗାଁ ଲୋକେ ଚିତ୍କାର କରିବାରୁ ହାତୀଟି ପଳାଇ ଯାଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ସୀତାଙ୍କୁ ଉଦ୍ଧାର କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏକ ହାତୀ ଦଳ ନିକଟସ୍ଥ ଜଙ୍ଗଲରେ ରହିଥିବାରୁ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଖବର ପାଇ ରିଆମାଳ ଫରେଷ୍ଟ ରେଞ୍ଜର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।



from Odisha Reporter https://ift.tt/32C55TA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages