ରାମ ମନ୍ଦିର ନିର୍ମାଣ ପାଇଁ ୫୧ ହଜାର ଟଙ୍କା ଦାନ କଲେ ମୁସଲିମ୍ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 15, 2019

ରାମ ମନ୍ଦିର ନିର୍ମାଣ ପାଇଁ ୫୧ ହଜାର ଟଙ୍କା ଦାନ କଲେ ମୁସଲିମ୍ ନେତା

ନୂଆଦିଲ୍ଲୀ: ଅଯୋଧ୍ୟାରେ ବିବାଦୀୟ ଜମିରେ ନିର୍ମାଣ ହେବ ରାମ ମନ୍ଦିର। ଏ ନେଇ ସୁପ୍ରିମକୋର୍ଟ ଗତ ଶନିବାର ରାୟ ଶୁଣାଇ ସାରିଛନ୍ତି। ରାୟକୁ ସ୍ୱାଗତ କରିବା ସହ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା କରିଛନ୍ତି ଏହି ମାମଲାରେ ମୁସଲିମଙ୍କ ପକ୍ଷ ରଖୁଥିବା ଶିଆ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜଭୀ। ରାମ ମନ୍ଦିର ନିର୍ମାଣ ପାଇଁ ସେ ୫୧ ହଜାର ଟଙ୍କା ଦାନ କରିଛନ୍ତି। ଗୁରୁବାର ରିଜଭୀ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି, ‘ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଦୀର୍ଘ ବର୍ଷ ଧରି ଏହି ପୁରୁଣା ମାମଲାରେ ସୁପ୍ରିମକୋର୍ଟ ସଠିକ୍ ନ୍ୟାୟ ପ୍ରଦାନ କରିଛନ୍ତି। ଏବେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ରାମ ସମସ୍ତଙ୍କର ଭଗବାନ। ଏବେ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମଭୂମି ନ୍ୟାସକୁ ଓ୍ୱାସିମ୍ ରିଜଭୀ ଫିଲ୍ମ ତରଫରୁ ୫୧ ହଜାର ଟଙ୍କା ଦାନ କରୁଛି’। ରାମ ମନ୍ଦିର ରାମ ଭକ୍ତ ଏବଂ ଭାରତର ଗର୍ବ। ଆଗାମୀ ଦିନରେ ଶିଆ ଓ୍ୱାକଫ ବୋର୍ଡ ମନ୍ଦିର ନିର୍ମାଣରେ ସହଯୋଗ କରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଗତ ଶନିବାର ଏହି ଦୀର୍ଘ ବର୍ଷ ମାମଲାର ରାୟ ପ୍ରକାଶ କରିଥିଲେ। ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ଏଥିସହ ଅଯୋଧ୍ୟାର ଆଉ ଏକ ସ୍ଥାନରେ ୫ ଏକର ଜମିରେ ମସଜିଦ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସରକାର ଜାଗା ଯୋଗାଇ ଦେବେ ବୋଲି ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/378UpiP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages