ଲ୍ୟାଣ୍ଡିଂ କରିବାବେଳେ ସନ୍ତୁଳନ ହରାଇଲା ବିମାନ, ବର୍ତ୍ତିଗଲେ ୧୮୦ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

ଲ୍ୟାଣ୍ଡିଂ କରିବାବେଳେ ସନ୍ତୁଳନ ହରାଇଲା ବିମାନ, ବର୍ତ୍ତିଗଲେ ୧୮୦ ଯାତ୍ରୀ

ବେଙ୍ଗାଲୁରୁ: ୧୮୦ ଯାତ୍ରୀଙ୍କୁ ନେଇ ନାଗପୁରରୁ ବେଙ୍ଗାଲୁରୁ ଆସିଥିବା ଗୋ ଏୟାର ବିମାନ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ସୋମବାର ସକାଳେ ନାଗପୁରରୁ ୧୮୦ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁ ଆସିଥିଲା ଗୋ ଏୟାରର ଜି୮-୮୧୧ ବିମାନ। ତେବେ ଏହି ଘଟଣାକୁ ବିମାନ କତ୍ତୃପକ୍ଷ ଲୁଚାଇବାକୁ ଚେଷ୍ଟା କରିଥିଲେ ବୋଲି ଜଣାପଡ଼ିଛି। ଏହା ପରେ ବିମାନଟିର ଉଡ଼ାଣ ଉପରେ ରୋକ୍ ଲଗାଯାଇଛି।

ଡିଜିସିଏ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୋ ଏୟାର ବିମାନଟି ବେଙ୍ଗାଲୁରୁର ରନଓ୍ୱେ ୯ ରେ ଅବତରଣ କରିଥିଲା ସୋମବାର ସକାଳ ୭ଟା ୩୦ ମିନିଟରେ। ହେଲେ ଅବତରଣ କରିବା ମାତ୍ରେ ବିମାନଟି ସନ୍ତୁଳନ ହରାଇଥିଲା। ପରେ ରନଓ୍ୱେରୁ ଓହରି ଯାଇ ଘାସ ଗାଲିଚା ଆଡ଼କୁ ମାଡ଼ିଯାଇଥିଲା। ସେଠାରୁ ପୁଣି କୌଣସି ମତେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ପୁଣି ଥରେ ବିମାନଟି ଓଡ଼ାଣ ଭରିଥିଲା। ଏହାପରେ ପୁଣି ଥରେ ଅବତରଣ ପାଇଁ ବେଙ୍ଗାଲୁରୁ ଆକାଶ ମାର୍ଗରେ ବିମାନଟି ଚକ୍କର କାଟିଥିଲା। ହେଲେ ଭିଜିବିଲିଟି ଜୀରୋ ଥିବାରୁ ବେଙ୍ଗାଲୁରୁରେ ବିମାନ ଅବତରଣ କରିନପାରି ହାଇଦ୍ରାବାଦ ବିମାନ ବନ୍ଦରରେ ଅବତରଣ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଥିଲା। ହାଇଦ୍ରାବାଦରେ ବିମାନଟି ଅବତରଣ କରିବା ପରେ ଚକରେ କାଦୁଅ ଲାଗିଥିବା ଦେଖିବାକୁ ମିଳିଥିଲା ବୋଲି ଡିଜିସିଏ ଅଧିକାରୀ କହିଛନ୍ତି।

ତେବେ ଗୋ-ଏୟାର ବିମାନ କତ୍ତୃପକ୍ଷ ଏହି ଘଟଣାକୁ ସାମାନ୍ୟ ଘଟଣା କହି ଲୁଚାଇବାକୁ ଚେଷ୍ଟା କରିଥିଲେ ବୋଲି ଡିଜିସିଏ ଅଧିକରୀ ଅରୁଣ କୁମାର କହିଛନ୍ତି। ଏବେ ବିମାନଟି ହାଇଦ୍ରାବାଦରେ ରହିଛି। ବିମାନଟିର ସମସ୍ତ ଉଡ଼ାଣ ପ୍ରକ୍ରିୟା ଏବଂ କ୍ରିଉ ମେମ୍ୱରଙ୍କ ଡ୍ୟୁଟି ଉପରେ ରୋକ୍ ଲଗାଯାଇଛି ବୋଲି ଡିଜିସିଏ ଅଧିକାରୀ କହିଛନ୍ତି। ଏବେ ଉଭୟ ଡିଜିସିଏ ଓ ଗୋ ଏୟାର ବିମାନ କତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି।



from Odisha Reporter https://ift.tt/2CNc29T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages