ବାପଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 30, 2019

ବାପଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଭଦ୍ରକ (ପାର୍ଥ ସାରଥି ନାୟକ): ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଦଳପତି ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରେମ ଜନିତ କାରଣରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ବ୍ୟକ୍ତି ଓ ତାଙ୍କ ଝିଅ ଡିଏମ୍‌ୟୁ ଟ୍ରେନ୍‌ରେ ଆସି କେନ୍ଦୁଆପଦା ଷ୍ଟେସନରେ ଓହ୍ଲାଇଥିଲେ ଓ ସେଠାରୁ  ଏକ ସ୍କୁଟି ଯୋଗେ ଘରକୁ  ଯାଉଥିଲେ। ଏହି ସମୟରେ ଡାଳିମ୍ବ ଗଡ଼ିଆ ଛକ ନିକଟରେ ଜଣେ ଯୁବକ ବାଇକ୍‌ରେ ଆସି ପଛପଟୁ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ। ଏହାପରେ ବାପଝିଅ ସ୍କୁଟି ସହିତ ତଳେ ପଡ଼ି ଯାଇଥିଲା।  ଯୁବକ ଜଣକ ଜୋରଜବରଦସ୍ତ ଯୁବତୀ ଜଣଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲା। ହେଲେ ତାଙ୍କୁ ଏଥିରେ ବାଧା ଦେଇଥିଲେ ଯୁବତୀଙ୍କ ବାପା। ଫଳରେ ଯୁବକ ଜଣକ ଉତ୍‌କ୍ଷିପ୍ତ ହୋଇ ଉଭୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର୍ ହୋଇଯାଇଥିଲା।  ବାପଝିଅ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ି ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଲୋକେ ଶୁଣି ପାରିଥିଲେ ଓ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି, “ପ୍ରେମ ଜନିତ କାରଣରୁ ରାଜା ନାମକ ଜଣେ ଯୁବକ ଏଭଳି ଘଟଣା ଘଟାଇଛି। ସେ ମୋ ଝିଅକୁ ବାହା ହେବା ପାଇଁ କହୁଥିଲା। ହେଲେ ମୁଁ ଏଥିରେ ରାଜି ହୋଇ ନଥିଲି। ତେଣୁ ସେ ଏଭଳି କାଣ୍ଡ ଭିଆଇଛି।”

ଏ ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଆକ୍ରମଣର ଶିକାର ବ୍ୟକ୍ତିଙ୍କୁ ପୁଲିସ୍ ସବୁକଥା ପଚାରି ତଦନ୍ତ କରୁଛି।



from Odisha Reporter https://ift.tt/2q77ybj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages