ଆଜିଠୁ ୧୦ଟି ଟ୍ରାଫିକ୍‌ ନିୟମ ଉପରେ କଡ଼ା ନଜର; ପୁଲିସ୍ ନଧରିଲେ ବି ତଣ୍ଡ ଗଣିବାକୁ ପଡ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 30, 2019

ଆଜିଠୁ ୧୦ଟି ଟ୍ରାଫିକ୍‌ ନିୟମ ଉପରେ କଡ଼ା ନଜର; ପୁଲିସ୍ ନଧରିଲେ ବି ତଣ୍ଡ ଗଣିବାକୁ ପଡ଼ିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଆଜିଠୁ ଆଉ ନିସ୍ତାର ନାହିଁ।  କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍, ପଲ୍ୟୁସନ୍ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ୍ ନିୟମକୁ ଆଜିଠୁ ସାରା ରାଜ୍ୟରେ କଡ଼ାକ଼ଡ଼ି ଲାଗୁ କରାଯିବ। ଏଥିପାଇଁ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି।

ବିଶେଷ କରି ଯାଞ୍ଚ ସମୟରେ ୧୦ଟି ନିୟମର ଉଲ୍ଲଂଘନ କଲେ ଜୋରିମାନା ଗଣିବାକୁ ପଡ଼ିବ। ମଦ୍ୟପାନ କରି ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ଫାଇନ୍, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫ ହଜାର, ଟ୍ରାଫିକ୍‌ର ବିପରୀତ ଦିଗରେ ଗାଡ଼ି ଚଳାଇଲେ ୫ ହଜାର, ଗାଡ଼ି ଚାଳନା ସମୟରେ ମୋବାଇଲ୍ ବ୍ୟବହାର କଲେ ୫ ହଜାର, ବିପଦପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ୫ ହଜାର, ଦୁଇଚକିଆରେ ତିନିଜଣ ଗଲେ ୫ ହଜାର, ଅତ୍ୟଧିକ ଭାର ପରିବହନ ଲାଗି ୨ ହଜାର, ରେଡ୍ ଲାଇଟ୍‌ରେ ଅବମାନନା କଲେ ୫ ହଜାର, ହେଲମେଟ୍ ନପିନ୍ଧିଲେ ୧ ହଜାର ଓ ସିଲ୍ଟ ବେଲ୍ଟ ନ ପିନ୍ଧିଲେ ହଜାରେ ଲେଖାଏ ଗଣିବାକୁ ପଡ଼ିବ।

ରାଜଧାନୀ ଭୁବନେଶ୍ୱରର ରୁପାଲି ଛକରେ ଲାଗିଛି ଅତ୍ୟାଧୁନିକ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର ମେସିନ୍।  ଏହି ମେସିନ୍‌ରେ ଗାଡ଼ିର ନମ୍ବର ସ୍କାନ୍ ହୋଇ ସିଧା ଡାକ ଯୋଗେ ଚାଲିଯିବ ଘରକୁ ମୋଟା ଅଙ୍କର ଚାଲାଣ ଯିବ। ଜୋରିମାନା ନଦେଲେ ଆର୍‌ଟିଓ ଅଫିସ୍‌ ଖାତାରେ ନାଁ ଗଡ଼ିବ। ପରେ ସୁଧ ମୂଳ କରି ଉଲ୍ଲଂଘନକାରୀଙ୍କଠୁ ଆଦାୟ ହେବ ଜୋରିମାନା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ



from Odisha Reporter https://ift.tt/37M65Iq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages