ମନ୍ତ୍ରୀଙ୍କ ଘରଭଡ଼ା ଭତ୍ତା ୧ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 18, 2019

ମନ୍ତ୍ରୀଙ୍କ ଘରଭଡ଼ା ଭତ୍ତା ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ହରିଆନା ସରକାରର ମନ୍ତ୍ରୀ ପ୍ରତି ମାସ ରାଜ୍ୟ ରାଜକୋଷରୁ ଘରଭଡ଼ା ବାବଦକୁ ୧ ଲକ୍ଷ ଟଙ୍କା ନେବେ। ଏ ନେଇ ହରିଆନାର ଭାରତୀୟ ଜନତା ପାର୍ଟି-ଜନନାୟକ ଜନତା ପାର୍ଟିର ସରକାର ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ମନ୍ତ୍ରୀମାନଙ୍କୁ ଘର ବାବଦକୁ ୫୦ ହଜାର ଟଙ୍କା ମିଳୁଥିଲା ଏବେ ଏହାକୁ ସଂଶୋଧିତ କରି ୮୦ ହଜାର ଟଙ୍କା କରିଛନ୍ତି ମନୋହର ସରକାର। ଏଥିସହ ୨୦ ହଜାର ଟଙ୍କା ପାଣି ବିଲ୍ ମିଶାଇ ମୋଟ୍ ୧ ଲକ୍ଷ ଟଙ୍କା କରିଛନ୍ତି ସରକାର। ୧୯୭୨ ମସିହାର ଆଇନର ସଂଶୋଧନ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ତିମ ଥର ପାଇଁ ଜୁନ ୨, ୨୦୧୧ରେ ଏହି ଆଇନ୍ ସଂଶୋଧନ ହୋଇଥିଲା।

ନଭେମ୍ୱର ୧୪ରେ ମନୋହର ସରକାର ମନ୍ତ୍ରୀମାନେ ଶପଥ ନେଇଥିଲେ। ୧୦ ଜଣ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ଅକ୍ଚୋବର ୨୪ରେ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପରେ ଅକ୍ଚୋବର ୨୭ରେ ମନହୋର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଏବଂ ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ।



from Odisha Reporter https://ift.tt/2r2YvIC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages