ଖୁବ୍‌ ଲମ୍ବା ସୁସ୍ମିତାଙ୍କ ଲଭ୍‌ ଲିଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 18, 2019

ଖୁବ୍‌ ଲମ୍ବା ସୁସ୍ମିତାଙ୍କ ଲଭ୍‌ ଲିଷ୍ଟ

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ବିୟୁଟି ସୁସ୍ମିତା ସେନ୍‌ଙ୍କ ଜନ୍ମଦିନ। ଆଜି ସେ ୪୪ ବର୍ଷର ହୋଇ ଯାଇଛନ୍ତି।

ସୁସ୍ମିତା ୧୯୯୪ରେ ମିସ୍‌ ୟୁନିଭର୍ସ ହେବା ପରେ ବଲିଉଡ୍‌ରେ ଧମାକେଦାର୍‌ ଏଣ୍ଟ୍ରି କରିଥିଲେ। ତାଙ୍କର ଅଭିନୟ ଓ ଷ୍ଟାଇଲ୍‌କୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ। ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାରଙ୍କ ସହ ସେ କାମ କରିଛନ୍ତି ଓ ଅନେକଗୁଡ଼ିଏ ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ ଅନେକ ଦିନ ହେବ ସୁସ୍ମିତା ରୂପେଲି ପରଦାରୁ ଦୂରେଇ ଅଛନ୍ତି। ଆଜିକାଲି ସେ ନିଜ ପର୍ସନାଲ୍ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି।

ସୁସ୍ମିତା ଏବେ ନିଜ ପ୍ରେମ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସେ ନିଜଠୁ ୧୫ ବର୍ଷ ସାନ କଶ୍ମୀର ମଡେଲ୍‌ ରୋମନ୍‌ ଶାଲ୍‌ଙ୍କୁ ଡେଟ୍‌ କରୁଛନ୍ତି। ଏହାକୁ ସେ ସର୍ବସମ୍ମୁଖରେ ଘୋଷଣା ମଧ୍ୟ କରିସାରିଛନ୍ତି। ତେବେ ଏହା ତାଙ୍କ ପ୍ରଥମ ଲଭ୍‌ ଆଫେୟାର୍‌ ନୁହେଁ। ଏହା ପୂର୍ବରୁ ତାଙ୍କ ନାଁ ଅନେକ ସେଲେବ୍ରିଟଙ୍କ ସହ ଯୋଡ଼ାଯାଇଛି। ଆସନ୍ତୁ ଜାଣିବା ସେ ବିଷୟରେ।

ସୁସ୍ମିତାଙ୍କ ସହ ଲଭ୍‌ ଆଫେୟାର୍‌ ନେଇ ଫିଲ୍ମ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ବେଶ୍ ଚର୍ଚ୍ଚାରେ ଥିଲେ। ସେ ସମୟରେ ବିକ୍ରମ ୨୭ ବର୍ଷର ହୋଇଥିବାବେଳେ ସୁସ୍ମିତା ମଧ୍ୟ ୨୭ ବର୍ଷର ଥିଲେ। ବିକ୍ରମ ଓ ସୁସ୍ମିତାଙ୍କ ପ୍ରେମ ସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ଥିଲା । ଏପରିକି ଏ ସମ୍ପର୍କ ପାଇଁ ବିକ୍ରମ ନିଜ ପତ୍ନୀଙ୍କୁ ତଲାକ୍‌ ମଧ୍ୟ ଦେଇଥିଲେ। ଚର୍ଚ୍ଚା ହୁଏ ଯେ ବିକ୍ରମ ଏଥିପାଇଁ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।

ଅଭିନେତା ରଣଦୀପ ହୁଡାଙ୍କ ସହ ମଧ୍ୟ ସୁସ୍ମିତାଙ୍କର ଆଫେୟାର୍‌ ଥିଲା। ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା। ଏମାନଙ୍କ ସମ୍ପର୍କ କିନ୍ତୁ ବେଶି ଦିନ ରହି ନଥିଲା। ବହୁତ କମ୍‌ ଦିନରେ ଏମାନଙ୍କର ବ୍ରେକଅପ୍‌ ହୋଇଯାଇଥିଲା।

ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଅନିଲ୍‌ ଅମ୍ବାନୀଙ୍କ ସହ ମଧ୍ୟ ସୁସ୍ମିତାଙ୍କର ପ୍ରେମ ସମ୍ପର୍କ ଥିବା ଅନେକ ଚର୍ଚ୍ଚା ହୁଏ। କୁହାଯାଏ ଯେ ସୁସ୍ମିତାଙ୍କ ପାଇଁ ଅନିଲ୍‌ ଓ ତାଙ୍କ ପତ୍ନୀ ଟିନା ଅମ୍ବାନୀଙ୍କ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅନିଲ୍‌ଙ୍କଠୁ ଦୂରେଇ ଯାଇଥିଲେ ସୁସ୍ମିତା।

ଏମାନଙ୍କ ବ୍ୟତୀତ ସୁସ୍ମିତାଙ୍କ ନାଁ ରିତିକ୍‌ ଭସିନ୍‌, ବଣ୍ଟି ସଜଦେହ, ସଞ୍ଜୟ ନାରଙ୍ଗ, ମୁଦସର୍‌ ଅଜିଜ୍ ୱସିମ୍‌ ଅକ୍ରମ୍‌ ଓ ମାନବ ମେନନ୍‌ଙ୍କ ପରି ଆହୁରି ଅନେକ ସେଲେବ୍ରିଟି ଓ ବିଜନେସ୍‌ମ୍ୟାନ୍‌ଙ୍କ ସହ ଯୋଡ଼ା ଯାଇଥିଲା। ସୁସ୍ମିତା ଏବେ ଯାଏ ବାହା ହୋଇନାହାନ୍ତି। ହେଲେ ଖୁବ୍‌ଶୀଘ୍ର ସେ ନିଜ ବୟଫ୍ରେଣ୍ଡ ରୋମନ୍‌ ଶାଲ୍‌ଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

ସୁସ୍ମିତାଙ୍କର ଦୁଇଟି ଝିଅ ଅଛନ୍ତି। ନିଜ କ୍ୟାରିୟର୍‌ର ଆରମ୍ଭରୁ ସେ ନିଜ ବଡ଼ ଝିଅ ରେନିଙ୍କୁ ଆଡପ୍ଟ କରିଥିଲେ। ଏହାର କିଛିବର୍ଷ ପରେ ସେ ସାନ ଝିଅ ଅଲିଷାଙ୍କୁ ଘରକୁ ଆଣିଥିଲେ।



from Odisha Reporter https://ift.tt/2CYgfHW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages