‘ସ୍ୱଚ୍ଛତା ନାଁରେ ଚାଷୀଙ୍କୁ ଅସୁବିଧାରେ ପକା ନ ଯାଉ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

‘ସ୍ୱଚ୍ଛତା ନାଁରେ ଚାଷୀଙ୍କୁ ଅସୁବିଧାରେ ପକା ନ ଯାଉ’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍ ବ୍ୟବସ୍ଥା ଲାଗୁ ହେବା ଦିନଠାରୁ ଏହାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ଫଳରେ ଧାନ ବିକ୍ରି କରି ନ ପାରି ଶହ ଶହ ବସ୍ତା ଧାନକୁ ରାସ୍ତାରେ ଶୀତ କାକରରେ ପକାଇ ରଖୁଛନ୍ତି ଚାଷୀ। ଏଥିଯୋଗୁ ବହୁ ସ୍ଥାନରେ ଚାଷୀ-ପୁଲିସ୍‌ ମୁହାଁମୁହିଁ ମଧ୍ୟ ହେଉଛନ୍ତି।

ସ୍ୱଚ୍ଛତା ନାଁରେ ଚାଷୀଙ୍କୁ ଅସୁବିଧାରେ ପକା ନ ଯାଉ।ସେମାନେ ବହୁ ଦୁଃଖ ଓ ଅସୁବିଧାରେ ଅଛନ୍ତି। ଟୋକନ ବ୍ୟବସ୍ଥା ଲାଗୁ ହେବା ଦିନଠାରୁ ଧାନ କେବେ ଉଠିବ ସେମାନେ ଜାଣି ପାରୁ ନାହାନ୍ତି। ଏହାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି ଶାସକ ଦଳର ୩ ବିଧାୟକ। ସେମାନେ ହେଲେ ବିଧାୟକ ଦେବେଶ ଆଚାର୍ଯ୍ୟ, ରୋହିତ ପୂଜାରୀ ଓ ବିଜୟ ରଂଜନ ସିଂବରିହା

 

୨୦୧୮ ମସିହାରେ ବରଗଡ଼ରେ ଧାନ କିଣାରେ ହୋଇଥିବା ବ୍ୟାପକ ଅନିୟମିତତା କଥା ଉଠାଇଲେ ବିଧାୟକ ଦେବେଶ ଆଚାର୍ଯ୍ୟ।  ଅନିୟମିତତା ରୋକିବାକୁ ବିଭାଗ କି ପଦକ୍ଷେପ ନେଇଛି ବୋଲି ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ବର୍ତ୍ତମାନ ଧାନକିଣା ନେଇ ଚାଲିଥିବା ଟୋକନ ବ୍ୟବସ୍ଥା କୋହଳ କରିବାକୁ ଦାବି କରିଥିଲେ ।

ଅନ୍ୟପଟେ ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ବି ଟୋକନ ବ୍ୟବସ୍ଥାକୁ ନେଇ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି । ଚାଷୀ କେବେ ଧାନ ଉଠିବ ଜାଣିପାରୁନାହାନ୍ତି । ଅତି କମ୍‌ ସମୟ ମଧ୍ୟରେ ଚାଷୀଙ୍କୁ ଟୋକନ ଦେବାକୁ ସେ ଦାବି କରିଛନ୍ତି।

ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି,  ଧାନକିଣାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ନଚେତ ବାହାର ରାଜ୍ୟର ବ୍ୟବସାୟୀ ଚାଷୀଙ୍କ ନାଁରେ ଓଡ଼ିଶାକୁ ପଶି ଆସିବେ । ଟୋକନ ଯୋଗୁ ଚାଷୀଙ୍କ ଧାନ ସଂଗ୍ରହ ନେଇ କୌଣସି ଅସୁବିଧା ହେଉନଥିବା କହିଛନ୍ତି ମନ୍ତ୍ରୀ।



from Odisha Reporter https://ift.tt/2slMsXz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages