ରିଆଲିଟି ଶୋ’ ଜିତି ପାରିଲେନି ପ୍ରକୃତି  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ରିଆଲିଟି ଶୋ’ ଜିତି ପାରିଲେନି ପ୍ରକୃତି 

ମୁମ୍ବାଇ: ରିଆଲିଟି ଶୋ ଏସ୍‌ ଅଫ୍‌ ସ୍ପେସ୍ ଜିତି ପାରିଲେନି ପ୍ରକୃତି। ଗତକାଲି ଶୋ’ର ଗ୍ରାଣ୍ଡ ଫିନାଲେ ଥିଲା। ସଲମାନ୍‌ ଜାଇଦି ଏହି ସିଜନ୍‌ର ବିଜେତା ସାଜିଛନ୍ତି। ସେହିପରି ସୋଶାଲ୍‌ ମିଡିଆ ଷ୍ଟାର୍‌ ଆଦନାନ୍‌ ଶେଖ୍‌ ଏବଂ  ବସିର୍‌ ଅଲ୍ଲୀ ପ୍ରଥମ ଏବଂ ଦ୍ୱିତୀୟ ରନର୍‌ ଅପ୍‌ ହୋଇଛନ୍ତି। ସଲମାନ୍‌ଙ୍କୁ ଟ୍ରୋଫି ସହ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯାଇଛି।

ଶୋ’ ଜିତିବା ପରେ ସଲମାନ୍‌ ଶୋ’ରେ ତାଙ୍କର ଯାତ୍ରା ବହୁତ ବଢିଆ ଥିବା କଥା କହିଛନ୍ତି। ସେ ଏସ୍‌ଅଫ୍‌ସ୍ପେସ୍‌ ହାଉସ୍‌ରେ କିଛି ଭଲ ବନ୍ଧୁ ପାଇଲେ। ତାଙ୍କ ଜିତିବା ପଛରେ ସେମାନଙ୍କର ହାତ ରହିଛି ବୋଲି କହିଛନ୍ତି। ସେପଟେ ଫାଇନାଲ୍‌ ରେ ପହଂଚିଥିବା ପ୍ରକୃତି ଫିନାଲେରେ ଏକ ଜବରଦସ୍ତ ଡ୍ୟାନ୍ସ କରିଥିଲେ।

ସୂଚନାଯୋଗ୍ୟ, ‘ଏସ୍‌ ଅଫ୍‌ ସ୍ପେସ୍‌-୨’ ରିଆଲିଟି ଶୋ’ ଅଗଷ୍ଟ ୨୫ରୁ ଆରମ୍ଭ ହୋଇଥିଲା। ଏହି ଶୋ’ କିଛି ଅତିଥିଙ୍କୁ ନେଇ ହୋଇଥାଏ। ଶୋ’ର ନିୟମ ଅନୁଯାୟୀ, କିଛି ଘର ରହିଥାଏ ଏବଂ ସେହି ଘରେ ପ୍ରତିଯୋଗୀମାନେ ଅତିଥି ଭାବେ ରହନ୍ତି। ଶୋ’ ଯେତେ ଆଗକୁ ବଢ଼େ ଘର ସେତେ ଛୋଟ ହେବାକୁ ଲାଗେ। ଆଉ ଯିଏ ସବୁଠୁ ଅଳ୍ପ ଜାଗାରେ ରହିପାରନ୍ତି, ସେ ବିଜୟୀ ହୁଅନ୍ତି। ଏଥିପାଇଁ ଅତିଥିମାନେ ବିଭିନ୍ନ କୌଶଳ ଅବଲମ୍ବନ କରନ୍ତି। ଏହା ସହିତ ଏଥିରେ ସେମାନଙ୍କୁ ଆଉ କିଛି ଟାକ୍ସ ମଧ୍ୟ ଦିଆଯାଏ। ସେଗୁଡ଼ିକୁ ମଧ୍ୟ ମୂଲ୍ୟାୟନ କରାଯାଏ। ଏଥିରେ ଲୋକଙ୍କ ଭୋଟ୍‌କୁ ମଧ୍ୟ ସାମିଲ କରାଯାଇଛି।

 



from Odisha Reporter https://ift.tt/2PGV0BM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages