ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେଲିବ୍ରେଟିମାନଙ୍କ ଜୀବନଶୈଳୀ ଟିକେ ଭିନ୍ନ। ପ୍ରାୟତଃ ସେମାନଙ୍କୁ ବଡ଼ ବଡ଼ ଗାଡି ଏବଂ ଏୟାରକଣ୍ଡିସନ୍ ରୁମ୍ ବ୍ୟବହାର କରିବାର ଦେଖାଯାଏ। କିନ୍ତୁ ଅଭିନେତ୍ରୀ ଅନୁ ଚୈଧୁରୀଙ୍କୁ ଏସି ରୁମ୍ ପସନ୍ଦ ନୁହଁ। ଥରେ ତରଙ୍ଗ ମ୍ୟୁଜିକ୍ରେ ପ୍ରସାରିତ ହେଉଥିବା ଟକ୍ ଶୋ’ ‘ରେଡିଓ ଟାଇମ୍ ୱିଥ୍ ଅନନ୍ୟା’ରେ ଯୋଗଦେଇ ଏକଥା କହିଥିଲେ ଅନୁ ।
ତା’ର କାରଣ ମଧ୍ୟ ସେ କହିଥିଲେ। ଅନୁଙ୍କ କହିବା ଅନୁଯାୟୀ, ଏସିରେ ରହିବା ଦ୍ୱାରା ମଣିଷ ଅଧିକ ତାପମାତ୍ରା ସହି ପାରେନି । ଏସିରେ ଶୋଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମକୁ ପ୍ରକୃତି ସହ ଆହୁରି ମିଶିବାକୁ ହେବ। ପ୍ରାକୃତିକ ପବନର ମଜା ନେବାକୁ ହେବ। ମୁଁ ଘରେ ଏସି ଲଗାଇନି। ଅଧିକ ଗରମ ହେଲେ ଏସି ଟିକେ ବ୍ୟବହାର କରନ୍ତୁ କିନ୍ତୁ ଅଧିକ ସମୟ ଏସିରେ ଶୁଅନ୍ତୁ ନାହିଁ। ବାତ୍ୟା ଫନିରେ ଓଡ଼ିଶାରେ ଯେଉଁ କ୍ଷୟକ୍ଷତି ହୋଇଛି। ସେସବୁ କ୍ଷତି ପୂରଣ କରିବା ପାଇଁ ଆମକୁ ଅନେକ ସମୟ ଲାଗିବ। ଏହି ସମୟରେ ଆମେ ଏସି ଲଗାଇ ତାପମାତ୍ରା ବଢାଇବା ଉଚିତ ନୁହେଁ।
ସୂଚନାଯୋଗ୍ୟ, ଅନୁ ‘ଗୋଜବାୟାଣୀ’ ଫିଲ୍ମ ମାଧ୍ୟମରେ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ପ୍ରାୟ ୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ଅନୁ।
from Odisha Reporter https://ift.tt/2WE6N5v
No comments:
Post a Comment