ନୂଆଦିଲ୍ଲୀ: ବ୍ରାଜିଲରେ ଚାଲିଥିବା ଦୁଇ ଦିନିଆ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଆତଙ୍କବାଦ ପାଇଁ ଦେଶରେ ଟେରର ଫଣ୍ଡିଂ, ଅପରାଧ, ବ୍ରାଉନ ସୁଗାର ବେପାର ଆଦି ବୃଦ୍ଧି ପାଉଛି। ଯାହାକି, ଦେଶର ଅର୍ଥବ୍ୟବସ୍ଥାକୁ ଖରାପ କରୁଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ଆତଙ୍କବାଦ ପ୍ରସଙ୍ଗରେ ସେମିନାର ଆୟୋଜିତ ହୋଇଥିବାରୁ ଖୁସି ପ୍ରକଟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ପରସ୍ପରକୁ ସହଯୋଗ କଲେ ଆଗାମୀ ଦିନରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ୍ ଲାଗିବ ବୋଲି ସେ କହିଛନ୍ତି।
ଭାରତ ଏବେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଆରମ୍ଭ କରିଛି। ସ୍ୱାସ୍ଥ୍ୟ ଭଲ ରହିବା ସାଙ୍ଗକୁ ଫିଟ୍ ରହିବା ନିତାନ୍ତ ଆବଶ୍ୟକ। ଆଗାମୀ ଦିନରେ ଏହି ମୁଭମେଣ୍ଟ ଜରିଆରେ ବ୍ରିକ୍ସ ଦେଶ ମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ିବ ବୋଲି ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ।
ସାରା ବିଶ୍ୱରେ ବ୍ରିକ୍ସ ଦେଶର ଭୌଗୋଳିକ ସ୍ଥିତି ୪୦ ପ୍ରତିଶତ। ସାରା ବିଶ୍ୱରେ ହେଉଥିବା ବ୍ୟବସାୟରୁ ବ୍ରିକ୍ସ ଦେଶର ବ୍ୟବସାୟ ଏବେ ୧୫ ପ୍ରତିଶତ ରହିଛି। ଆଗାମୀ ଦିନରେ ଏହି ବ୍ୟବସାୟ ୫୦୦ ଅରବ ଡଲାର ପହଞ୍ଚିବା ଦରକାର ବୋଲି ମୋଦି କହିଛନ୍ତି।
from Odisha Reporter https://ift.tt/2CMX8k2
No comments:
Post a Comment