ଟ୍ରେନ୍‌ରେ ଜନ୍ମ ନେଲେ ୩ ଶିଶୁପୁତ୍ର, ଆଖି ବୁଜିଲେ ସମସ୍ତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

ଟ୍ରେନ୍‌ରେ ଜନ୍ମ ନେଲେ ୩ ଶିଶୁପୁତ୍ର, ଆଖି ବୁଜିଲେ ସମସ୍ତେ

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ରେଲ୍‌ୱେ ଷ୍ଟେସନରେ ଆଜି ସକାଳେ ଜଣେ ମହିଳା ଟ୍ରେନ୍‌ରେ ୩ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ଅସୁରକ୍ଷିତ ପ୍ରସବ ଯୋଗୁ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳାଙ୍କ ଘର ଆସାମରେ ହୋଇଥିବା ବେଳେ ସେ ବାଙ୍ଗାଲୋରରେ ନିଜ ସ୍ୱାମୀଙ୍କ ପାଖରେ ରହୁଥିଲେ। ସେଠାରୁ ସେ ଜଣେ ସମ୍ପର୍କୀୟଙ୍କ ସହ ବେଙ୍ଗାଲୁର-ଗୌହାଟି ଏକ୍ସପ୍ରେସ୍‌ରେ ଆସାମ ଆସୁଥିଲେ। ହେଲେ ଆଜି ସକାଳେ ଟ୍ରେନ୍‌ର ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଫଳରେ ଟ୍ରେନ୍‌କୁ  ଭଦ୍ରକ ରେଲ୍‌ୱେ ଷ୍ଟେସନରେ ଅଟକା ଯାଇଥିଲା। ସେଠାରେ ଡାକ୍ତରଙ୍କ ସହାୟତାରେ ମହିଳାଜଣକ ୩ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

ଏହାପରେ ମା’ ଓ ଛୁଆଙ୍କୁ ରେଳବାଇ ପୁଲିସ୍‌ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ନବଜାତଙ୍କର ମୃତ୍ୟୁ ଘଟିଥିଲା। ଅସୁରକ୍ଷିତ ପ୍ରସବ ଯୋଗୁ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ମହିଳା ଜଣକ ଏବେ ସୁସ୍ଥ ଥିବା ଜଣାପଡ଼ିଛି।



from Odisha Reporter https://ift.tt/2CN0TGa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages