ଆଠଗଡ଼(ନିଳକଣ୍ଠ ଦୋରା): ସାମାନ୍ୟ କିଛି ଟଙ୍କା ପାଇଁ ମଣିଷ ନିଜ ରକ୍ତର ସମ୍ପର୍କକୁ ବି ଗୋଡ଼ରେ ଆଡ଼େଇ ଦେବାକୁ ପଛଘୁଞ୍ଚା ଦେଉନି। ରକ୍ତାକ୍ତ ସଂଘର୍ଷ ଘଟି ଜୀବନ ଚାଲିଗଲେ ତିଳେମାତ୍ର ଅନୁଶୋଚନା ବି କରୁନି । ଏଭଳି ଦୁନିଆରେ ଏପରି ବି ମଣିଷ ଅଛନ୍ତି, ଯେଉଁମାନେ ନିଜ କଷ୍ଟ ଅର୍ଜିତ ଧନକୁ ନେଇ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଠା କରନ୍ତି। ହାତପାଆନ୍ତରେ ଅଚାନକ କିଛି ମିଳିଗଲେ ବି ତାକୁ ସେମାନେ ଗ୍ରହଣ କରି ପାରି ନ ଥାନ୍ତି। ଏଭଳିକି ରାସ୍ତାରୁ ପାଇଥିବା ଲକ୍ଷେ ଟଙ୍କା ବି ସେମାନଙ୍କୁ ବିଚଳିତ କରିପାରି ନ ଥାଏ। ଏଭଳି ଜଣେ ମଣିଷ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ବ୍ଲକ ମଞ୍ଚେଶ୍ୱର ପଞ୍ଚାୟତର ସମିତି ସଭ୍ୟ ଅଶୋକ କୁମାର ଖଟୁଆ ।
ଗତକାଲି ଅଶୋକ ଖୁଣ୍ଟୁଣୀ ବଜାର ନିକଟରୁ ଦୁଇଟି ୫୦୦ ଟଙ୍କିଆ ବଣ୍ଡଲ ଅର୍ଥାତ ଲକ୍ଷେ ଟଙ୍କା ପାଇଥିଲେ। ହେଲେ ଏହାକୁ ନେଇ ସେ ଲୋଭଗ୍ରସ୍ତ ହୋଇପାରିଲେ ନାହିଁ। କାଳେ ଲୋଭ, ମୋହ ତାଙ୍କୁ ଗ୍ରାସ କରିବ, ସେଥିଲାଗି ପ୍ରଭୁ ଧବଳେଶ୍ୱରଙ୍କ ନିକଟକୁ ଯାଇ ୨ ହାତ ଟେକି ଦେଇ ନିଜକୁ ତାଙ୍କ ନିକଟରେ ସମର୍ପି ଦେଲେ। ଏହାପରେ ଉକ୍ତ ଟଙ୍କାକୁ ତା’ର ପ୍ରକୃତ ମାଲିକଙ୍କ ନିକଟକୁ ପଠାଇବାକୁ ଆରମ୍ଭ କଲେ ପ୍ରଚେଷ୍ଠା। ଏଥିନିମନ୍ତେ ସେ ଉକ୍ତ ଟଙ୍କାକୁ କଟକସ୍ଥିତ ଏକ ଗଣମାଧ୍ୟମ କାର୍ଯ୍ୟାଳୟରେ ଜମା ରଖିଛନ୍ତି। ଉପଯୁକ୍ତ ପ୍ରମାଣ ଦେଖାଇ ଟଙ୍କା ନେବାକୁ ଅନୁରୋଧ ମଧ୍ୟ କରିଛନ୍ତି। ଅଶୋକ ଙ୍କ ଏଭଳି କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଇଛି।
from Odisha Reporter https://ift.tt/376IH8p
No comments:
Post a Comment