ତାତିଲେ ମହିଳା, ପିଇଓଙ୍କୁ ଚପଲ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 15, 2019

ତାତିଲେ ମହିଳା, ପିଇଓଙ୍କୁ ଚପଲ ମାଡ଼

କାମାକ୍ଷାନଗର(ରାକେଶ ଦେହୁରି ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଘର ଯୋଗାଇଦେବାକୁ କିଛି ମହିଳାଙ୍କଠାରୁ ଟଙ୍କା ନେଇଥିଲେ। ହେଲେ ଆଜିକାଲି କହି ସମୟ ଗଡ଼ାଇ ଚାଲୁଥିଲେ। ପରିଶେଷରେ ଉତ୍ତ୍ୟକ୍ତ ମହିଳାଙ୍କ ଆକ୍ରୋଶର ଶିକାର ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍‌ ଅନ୍ତର୍ଗତ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ବସନ୍ତ ବେହେରା ।  ଉତ୍ତ୍ୟକ୍ତ ମହିଳାମାନେ ତାଙ୍କୁ ଚପଲରେ ମାରୁଥିବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ,  ଘର ଯୋଗାଇଦେବାକୁ ବସନ୍ତ କିଛି ମହିଳାଙ୍କଠାରୁ ପୂର୍ବରୁ ଟଙ୍କା ନେଇଥିଲେ ମଧ୍ୟ ଘରର ନାଁ ଗନ୍ଧ ଧରୁ ନ ଥିଲେ। ଯେଉଁଥିପାଇଁ ମହିଳାମାନେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଏଭଳି ମାଡ ମାରିଥିବା ସୂଚନା ମିଳିଛି। ଉତ୍ତ୍ୟକ୍ତ ମହିଳାମାନେ ତାଙ୍କୁ ଗୋଡାଇ ଗୋଡାଇ ଚପଲରେ ପିଟୁଥିବାର ଦୃଶ୍ୟ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ତେବେ ମହିଳାମାନେ ଆଇନକୁ ହାତକୁ ନେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 



from Odisha Reporter https://ift.tt/2Omamt8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages