ସିଗାରେଟ୍ ନେଇଗଲେ; କଣ୍ଟେନର ଛାଡ଼ି ଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

ସିଗାରେଟ୍ ନେଇଗଲେ; କଣ୍ଟେନର ଛାଡ଼ି ଗଲେ

ଖୋର୍ଦ୍ଧା(ବଳରାମ ଲେଙ୍କା): ହାଇଦ୍ରାବାଦରୁ କୋଲକତା ଅଭିମୁଖେ ଯାଉଥିବା ଏକ ସିଗାରେଟ୍ ଭର୍ତ୍ତି କଣ୍ଟେନର ଗତ ରାତିରେ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ୍‌ର ଶିକାର ହୋଇଥିଲା। ଲୁଟେରାମାନେ କଣ୍ଟେନରରେ ଥିବା ଆଇଟିସି କମ୍ପାନୀର ସମସ୍ତ ଦାମୀ ସିଗାରେଟ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସେମାନେ କଣ୍ଟେନର ଡ୍ରାଇଭରଙ୍କ ହାତ ଗୋଡ଼ ବାନ୍ଧି ଜଙ୍ଗଲରେ ଫୋପାଡ଼ି  ଦେଇ ପଳାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଚାଳକଙ୍କୁ ଜଙ୍ଗଲରୁ ଉଦ୍ଧାର କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି। 

ଗତକାଲି ବିଳମ୍ବିତ ରାତିରେ ସିଗାରେଟ୍‌ ଭର୍ତ୍ତି କଣ୍ଟେନରଟି ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ କିଛି ଲୁଟେରା ଗାଡ଼ିଟିକୁ ଅଟକାଇଥିଲେ। ଏହାପରେ ବନ୍ଧୁକ ଦେଖାଇ ଚାଳକ ସହ ଗାଡିଟିକୁ ଉଗ୍ରତାରା ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ  ହାତଗୋଡ଼ ବାନ୍ଧି ଚାଳକକୁ ପିଙ୍ଗି ଦେଇଥିଲେ ଓ ସିଗାରେଟ୍‌ ଭର୍ତ୍ତି କଣ୍ଟେନର ନେଇ ଛୁ ମାରିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଚାଳକଙ୍କୁ ଜଙ୍ଗଲରୁ ଉଦ୍ଧାର କରିଥିଲେ।

ଖବର ପାଇ କଇଥାପାଲିରୁ ଖାଲି କଣ୍ଟେନରଟିକୁ ପୁଲିସ୍ ଜବତ କରିଛି। ଏନେଇ ଟାଙ୍ଗୀ ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2WIMlAk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages