ମୁମ୍ବାଇ: ‘ଜସ୍ସୀ ଜୈସୀ କୋଇ ନହିଁ’ ସିରିଏଲରୁ ଘରେ ଘରେ ଲୋକପ୍ରିୟ ହୋଇଥିବା ମୋନା ସିଂହ ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅନେକ ଦିନ ହେବ ଖବର ଆସୁଥିଲା ଯେ ମୋନା ଜଣଙ୍କୁ ଡେଟ୍ କରୁଛନ୍ତି। ଆଉ ଏବେ ଖବର ଆସୁଛି ଯେ ସେ ତାଙ୍କୁ ଖୁବ୍ଶୀଘ୍ର ବାହା ହେବେ।
ଗତ ବର୍ଷେ ହେବ ମୋନା ଜଣେ ଦକ୍ଷିଣ ଭାରତୀୟଙ୍କୁ ଡେଟ୍ କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ସେ ବ୍ୟକ୍ତି ଜଣଙ୍କ କିଏ, ସେ ବିଷୟରେ କିଛି ଖୁଲାସା ହୋଇନାହିଁ। ତେବେ ଦୁହେଁ ନିଜ ସମ୍ପର୍କକୁ ଏବେ ଏକ ନାଁ ଦେବାକୁ ଚାହୁଁଛନ୍ତି। ଚର୍ଚ୍ଚା ହେଉଛି, ଏଇ ଡିସେମ୍ବରରେ ସେମାନେ ବାହା ହେବାକୁ ସ୍ଥିର କରିଛନ୍ତି। ଏଥିପାଇଁ ସେମାନେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଲେଣି।
ମୋନା ନିଜ ରିଲ୍ ଲାଇଫ୍କୁ ନେଇ ଯେତିକି ଚର୍ଚ୍ଚାରେ ରହନ୍ତି ନିଜ ରିୟଲ ଲାଇଫ୍କୁ ସେତିକି ସିକ୍ରେଟ୍ ରଖନ୍ତି। ତେଣୁ ତାଙ୍କୁ ଯେତେବେଳେ ବି ବାହାଘର ବିଷୟରେ ପଚରାଯାଇଛି ସେ କିଛି ସୂଚନା ଦେଇ ନାହାନ୍ତି। ପୂର୍ବରୁ ମୋନାଙ୍କ ନାଁ ତାଙ୍କ କୋ-ଷ୍ଟାର କରଣ ଓବରୟଙ୍କ ସହ ଯୋଡ଼ା ଯାଇଥିଲା। କୁହାଯାଏ, ମୋନା ଓ କରଣ ଅନେକ ଦିନ ରିଲେଶନ୍ସିପ୍ରେ ଥିଲେ। ଏହାବ୍ୟତୀତ ମୋନାଙ୍କ ନାଁ ଫିଲ୍ମ ଅଭିନେତା ବିଦ୍ୟୁତ୍ ଜାମୱାଲ୍ଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା।
from Odisha Reporter https://ift.tt/2NeeAnk
No comments:
Post a Comment