ବିନା ଇଞ୍ଜିନରେ ଗଡ଼ିଗଲା ବଗି, ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ବିନା ଇଞ୍ଜିନରେ ଗଡ଼ିଗଲା ବଗି, ଭିଡିଓ ଭାଇରାଲ୍

ଅନୁଗୋଳ(ବିରଜା ଦାଶ): ଟ୍ରେନ୍‌ର ଇଞ୍ଜିନ ନ ଥିଲା, କି ଆଗ ପଛରେ ଆଉ କିଛି ବଗି ବି  ନ ଥିଲା। ଟ୍ରାକ୍‌ରେ ଅମାନିଆ ଭାବେ ଗଡ଼ି ଚାଲିଥିଲା କେବଳ ଗୋଟିଏ ବଗି। କର୍ମଚାରୀମାନେ ତାକୁ ଅଟକାଇବାକୁ ଆପ୍ରାଣ ଚେଷ୍ଠା ଜାରି ରଖିଥିଲେ ବି ରହିବା ମୁଡ୍‌ରେ ନ ଥିଲା ମାଲ୍‌ବାହୀ ଟ୍ରେନ୍‌ର ଏହି ବଗିଟି। ଏପରି ଭାବେ ପ୍ରାୟ ୨୦୦ ମିଟର ଯାଏ ଗଡ଼ିବା ପରେ ବଗିଟି ଆଗରେ ବାଧା ଦିଆଯିବାରୁ ତାହା ଅଟକିଥିଲା। କର୍ମଚାରୀଙ୍କ ଅସାବଧାନତା ଯୋଗୁ ଅନୁଗୋଳ ରେଳ ଷ୍ଟେସନରେ ଘଟିଯାଇଥିବା  ଥିବା ଏପରି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଲାଇନଚ୍ୟୁତ ହୋଇଥିବା ଏକ ମାଲବାହୀ ଟ୍ରେନ୍‌ର ବଗିକୁ ଲାଇନ୍‌କୁ ଉଠାଇ  ଗତ ୫ ତାରିଖରେ କାମ୍‌ ଚାଲିଥିଲା। ଦିନ ପ୍ରାୟ ୧୧ଟାରୁ ୧୨ ମଧ୍ୟରେ ହଠାତ୍‌  ଟ୍ରେନ୍‌ର ଗୋଟିଏ ବଗି ଟ୍ରାକ୍‌ରେ ଆଗକୁ ଆଗକୁ ଗଡ଼ି ଚାଲିଥିଲା। ଏହାଦେଖି ସେଠାରେ କାମ କରୁଥିବା କର୍ମଚାରୀଙ୍କ ବୁଦ୍ଧି ହଜିଗଲା। ତୁରନ୍ତ ବଗିକୁ ଅଟକାଇବାକୁ ସେମାନେ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଲେ। ଶେଷରେ ବଗି ଆଗରେ ବାଧା ଦେଇ ତାକୁ ରୋକାଯାଇ ପାରିଥିଲା। ଚକରେ ଜାମ୍‌ ନ ଦେଇ କର୍ମଚାରୀ କାର୍ଯ୍ୟ କରୁଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । କର୍ମଚାରୀଙ୍କ ଅସାବଧାନତା ଯୋଗୁ ଏଭଳି ଘଟିଥିବା ଅନୁମାନ କରାଯାଉଥିବାବେଳେ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଥିଲା।

 



from Odisha Reporter https://ift.tt/2Ntt0Aj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages