ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

 ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍‌ବୁଲ୍‌’ ପାଇଁ ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ କେବଳ ଆସନ୍ତାକାଲି ପାଇଁ ଯାଜପୁର ଜିଲ୍ଲା ସ୍କୁଲ ଛୁଟି ଘୋଷଣା ହୋଇଥିଲା।

ସୂଚନାଯୋଗ୍ୟ,  ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଦୁଇ ଦିନ ଯାଏ ଛୁଟି ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ସହ ପବନ ମଧ୍ୟ ବହୁଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ବୁଲ୍‌ବୁଲ୍‌’ ଉତ୍ତର, ଉତ୍ତରପୂର୍ବ ଦିଗକୁ ଗତି କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୦ ତାରିଖରେ ‘ବୁଲ୍‌ବୁଲ୍‌’  ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଅନୁମାନ କରଯାଉଛି।



from Odisha Reporter https://ift.tt/32mYJY0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages