ମୁମ୍ବାଇ: ତାମଲ୍ନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ବାୟୋପିକ୍ ‘ଥଲାଇଭି’ରେ କଙ୍ଗନା ରାଣାୱତ ଲିଡ୍ ରୋଲ୍ରେ ଅଭିନୟ କରୁଛନ୍ତି। ଆଉ ଗତକାଲି କଙ୍ଗନାଙ୍କ ଫାଷ୍ଟ୍ ଲୁକ୍କୁ ରିଲିଜ୍ କରାଯାଇଛି। ଫିଲ୍ମର ଏକ ପୋଷ୍ଟରକୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ନିଜ ଟ୍ୱିଟର୍ ଆକାଉଣ୍ଟରେ ଶେଆର୍ କରିଛନ୍ତି।
ଏହି ପୋଷ୍ଟରକୁ ଶେଆର କରି ରଙ୍ଗୋଲି ଲେଖିଛନ୍ତି,“ସେ ବିଖ୍ୟାତ ଥିଲେ ବୋଲି ଆମେ ଜାଣିଛେ। କିନ୍ତୁ ତାଙ୍କ କାହାଣୀ ଏବେବି କୁହାଯିବାକୁ ବାକି ରହିଛି। ’ଥଲାଇଭି’ ଭାବେ ଆସୁଛନ୍ତି କଙ୍ଗନା ରାଣାୱତ। ନିର୍ଦ୍ଦେଶକ ବିଜୟଙ୍କର ଏହି ଫିଲ୍ମ ୨୦୨୦ ଜୁନ୍ ୨୬ରେ ପରଦାକୁ ଆସିବ।”
କଙ୍ଗନା ଏହି ପୋଷ୍ଟରରେ ପୂରା ଅଲଗା ଦେଖାଯାଉଛନ୍ତି। ଏମିତିକି ଫଟୋ ଦେଖିଲେ ହଠାତ୍ ଜଣେ ଜାଣିପାରିବେନି ଯେ ସେ କଙ୍ଗନା। କାରଣ ଜୟଲଳିତାଙ୍କ ଭଳି ଦେଖାଯିବା ପାଇଁ ତାଙ୍କୁ ମେକ୍ଅପ୍ ଦିଆଯାଇଛି।
The legend we know, but the story that is yet to be told!
Presenting #KanganaRanaut, in & as #Thalaivi. A film by #Vijay, arriving in cinemas on 26th June, 2020 pic.twitter.com/xw9lgujUMn— Rangoli Chandel (@Rangoli_A) November 23, 2019
ଅନ୍ୟପକ୍ଷରେ କଙ୍ଗନାଙ୍କ ଲୁକ୍କୁ ଅନେକ ଲୋକ ପସନ୍ଦ କରି ନାହାନ୍ତି। ସେମାନଙ୍କ ମତରେ ପୋଷ୍ଟରରେ କଙ୍ଗନା ନା ନିଜ ଭଳି ଦେଖାଯାଉଛନ୍ତି ନା ଜୟଲଳିତାଙ୍କ ଭଳି ଲାଗୁଛନ୍ତି। ମେକ୍ଅପ୍ ଉଚ୍ଚମାନର ହୋଇନାହିଁ ବୋଲି ଲୋକେ କହିଛନ୍ତି। ଏମିତିକି କିଛି ଲୋକ କଙ୍ଗନାଙ୍କ ଏହି ଲୁକ୍କୁ ନେଇ ସୋଶାଲ୍ ମିଡିଆରେ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି।
କଙ୍ଗନାଙ୍କ ଫ୍ୟାନ୍ମାନେ ବି ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେମାନେ କହିଛନ୍ତି ଯେ ଏହି ଫିଲ୍ମରେ ସେମାନେ କଙ୍ଗନାଙ୍କୁ ଦେଖିବାକୁ ଚାହାଁନ୍ତି। କିନ୍ତୁ ଏହି ଲୁକ୍ରେ ସେ ଆଦୌ ଜୟଲଳିତାଙ୍କ ଭଳି ଲାଗୁ ନାହାନ୍ତି।
ଜଣେ ଟ୍ୱିଟର୍ ୟୁଜର ଲେଖିଛନ୍ତି, ‘ଏଇ ମେକ୍ ଅପ୍ କିଛି ଜମିଲା ନାହିଁ, ଅରିଜିନାଲ୍ ଲାଗୁନାହିଁ। ମୁଁ କଙ୍ଗନାଙ୍କର ବହୁତ ବଡ଼ ଫ୍ୟାନ୍। କିନ୍ତୁ ଜାଣିନି କାହିଁକି ଲାଗୁଛି ଯେ ଏହା ଏକ ମଜାକ୍ ହୋଇଯିବନି ତ।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ମେକ୍ଅପ୍ ଓ ଲୁକ୍ ଭୟଙ୍କର ଲାଗୁଛି। ଏହା ପ୍ରକୃତ ଲୁକ୍ ସହ ଆଦୌ ମ୍ୟାଚ୍ କରୁନାହିଁ।’ ଆଉଜଣେ ଲେଖିଛନ୍ତି, ‘ଏହା ଏବେ ପର୍ଯ୍ୟନ୍ତ ଦେଖାଯାଇଥିବା ସବୁଠୁ ହାସ୍ୟାସ୍ପଦ ପୋଷ୍ଟର।’
ସୂଚନାଯୋଗ୍ୟ, ‘ଥଲାଇଭି’ ଫିଲ୍ମଟି ଏ. ଏଲ୍ ବଜୟଙ୍କ ନିର୍ଦ୍ଦେଶନାରେ ତିଆରି ହେଉଛି। ଏଥିରେ ଦିବଗନ୍ତ ଅଭିନେତ୍ରୀ ତଥା ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଜୟଲଳୀତାଙ୍କ ଜୀବନ କାହାଣୀ ଦେଖାଯିବ। ଏଥିରେ ତାଙ୍କ ଅଭିନୟ କ୍ୟାରିୟରର ଆରମ୍ଭରୁ କରି ସେ ରାଜନିତୀରେ କିପରି ଆସିଲେ ଓ ରାଜନିତୀରେ ପସିବାପରେ ସେ କେଉଁ କେଉଁ ପରିସ୍ଥିତିର ସାମ୍ନା କରିଥିଲେ ତାହା ଦେଖିବାକୁ ମିଳିବ। ଯାହାର କାହାଣୀ ‘ବାହୁବଲି’ ଫେମ୍ ବିଜୟେନ୍ଦ୍ର ପ୍ରସାଦ ଲେଖିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଜୁନ୍ ୨୬ରେ ରିଲିଜ୍ ହେବ।
Please watch the teaser of most anticipated film of next year #Thalaivi releasing on #June26th2020 🙏 https://t.co/GYyWLpq4gB
— Rangoli Chandel (@Rangoli_A) November 23, 2019
from Odisha Reporter https://ift.tt/2DhzHiJ
No comments:
Post a Comment