ମୋଟରସାଇକେଲ, ଅଟୋ, କାର୍; କିଏ ଅଧିକ ପ୍ରଦୂଷଣ କରୁଛି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

ମୋଟରସାଇକେଲ, ଅଟୋ, କାର୍; କିଏ ଅଧିକ ପ୍ରଦୂଷଣ କରୁଛି?

ନୂଆଦିଲ୍ଲୀ: ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିଛନ୍ତି କେଜ୍ରିଓ୍ୱାଲ ସରକାର। ଚାରି ଚକିଆ ଯାନବାହନ ଉପରେ ସରକାର ଏହି ନିୟମ ଲାଗୁ କରିଛନ୍ତି। ତେବେ, ଦ ଏନର୍ଜି ଆଣ୍ଡ ରିସୋର୍ସେସ ଇନଷ୍ଟିଚ୍ୟୁଟ୍ (ଟିଇଆରଆଇ) ପ୍ରଦୂଷଣ ବାବଦରେ ନୂଆ ଯୁକ୍ତି ଉପସ୍ଥାପନ କରିଛି। ଚାରି ଚକିଆ ତୁଳନାରେ ଦୁଇ ଚକିଆ ଯାନ ପାଇଁ ଅଧିକ ପ୍ରଦୂଷଣ ହେଉଛି ବୋଲି ଏହି ସଂସ୍ଥା କହିଛି। ଯଦି ସତରେ ପ୍ରଦୂଷଣ ନିୟମ ଉପରେ ଲଗାମ ଲଗାଇବା ପାଇଁ ଚାହୁଁଛୁ, ତା’ହେଲେ ସମସ୍ତ ଗାଡ଼ି ଉପରେ ଏହି ନିୟମ ଲାଗୁ କରିବାକୁ ହେବ। ଭୋଟ ବ୍ୟାଙ୍କ ରାଜନୀତିରୁ ଦୂରେଇ ରହି ଏବେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି ଟିଇଆରଆଇ ଦାବି କରିଛି। ଏଥିସହ ବିଭିନ୍ନ ଅଫିସର କର୍ମଚାରୀ ମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି ଏହି ସଂସ୍ଥା।

ଟିଇଆରଆଇର ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ୨୫ ପ୍ରତିଶତ ପ୍ରଦୂଷଣ ଦୁଇ ଚକିଆ ଗାଡ଼ି ପାଇଁ ହେଉଛି। କାରରୁ ୧୨ ପ୍ରତିଶତ, ବସରୁ ୯ ପ୍ରତିଶତ, ଅଟୋରୁ ୧୮ ପ୍ରତିଶତ, ଟ୍ରକରୁ ୨୯ ପ୍ରତିଶତ, ଟ୍ରାକ୍ଟରରୁ ୫ ପ୍ରତିଶତ ଏବଂ ନଡ଼ାରେ ନିଆଁ ଲାଗିବାରୁ ୪୦ ପ୍ରତିଶତ ପ୍ରଦୂଷଣ ହେଉଛି ବୋଲି ଟିଇଆରଆଇ ରିପୋର୍ଟରେ ଉଲ୍ଲେଖ କରିଛି। ତେଣୁ ଯୁଗ୍ମ ଅଯୁଗ୍ମ ନିୟମ କେବେଳ ଚାରି ଚକିଆ ଉପରେ ଲାଗୁ କରିଲେ ହେବ ନାହିଁ ବୋଲି ଏହି ପ୍ରଦୂଷଣ ସର୍ଭେ ସଂସ୍ଥା ଦାବି କରିଛି।

ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ ହେବା ପୂର୍ବରୁ ଟିଇଆରଆଇର ସହଯୋଗୀ ନିର୍ଦ୍ଦେଶକ ସୁମିତ ଶର୍ମା କହିଥିଲେ, ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ ହେବା ଦ୍ୱାରା ସେମିତି କିଛି ପ୍ରଦୂଷଣ ଉପରେ ରୋକ ଲାଗିବ ନାହିଁ। ସେହିପରି ଦିଲ୍ଲୀ ଏବଂ କାନପୁରର ଆଇଆଇଟି ବୈଜ୍ଞାନିକ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମିଟୋରଲଜି (ଆଇଆଇଟିଏମ-ପୁଣେ) ଏବଂ କାଉନସିଲ୍ ଅଫ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ନିଜ ନିଜ ଗବେଷଣାରୁ କହିଥିଲେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବା ଦ୍ୱାରା କେବଳ ୨-୩ ପ୍ରତିଶତ ପ୍ରଦୂଷଣ କମ୍ ହେବ।

ସୂଚନାଯୋଗ୍ୟ, ଦିଲ୍ଲୀରେ ନଭେମ୍ୱର ୪ରୁ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହୋଇଛି। ସରକାର ବ୍ୟବସାୟିକ ଯାନ ବାହନକୁ ଏହି ନିୟମରୁ ବାଦ୍ ଦେଇଛନ୍ତି। ହେଲେ ଏହି ନିୟମ ଭିତରେ ବସ୍, ଟ୍ରକ ଆଦି ରହିବେ କି ନାହିଁ ଦିଲ୍ଲୀ ସରକାର କିମ୍ୱା ପରିବହନ ମନ୍ତ୍ରୀ ସ୍ପଷ୍ଟ କରି ନାହାନ୍ତି। ଏଥିସହ କେଜ୍ରିଓ୍ୱାଲ ସରକାରଙ୍କ ଏହି ନିୟମକୁ ନେଇ ଶାସକ ଦଳ ଆମ୍ ଆଦମୀ ପାର୍ଟି ଓ ବିରୋଧୀ ଦଳ ବିଜେପି ମୁହାଁମୁହିଁ ହୋଇଛନ୍ତି।



from Odisha Reporter https://ift.tt/2NghAQ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages