୫ଟି କଥା ପ୍ରତି ଡାଇବେଟିସ୍‌ ରୋଗୀ ନିଶ୍ଚିତ ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

୫ଟି କଥା ପ୍ରତି ଡାଇବେଟିସ୍‌ ରୋଗୀ ନିଶ୍ଚିତ ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ରେ ପୀଡ଼ିତ ହେବା ପରେ ରୋଗୀକୁ ନିଜ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ବିଶେଷ କରି ଖାଦ୍ୟକୁ ନେଇ ସେମାନଙ୍କୁ ଯତ୍ନବାନ ହେବାକୁ ପଡ଼େ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇବାକୁ ପଡ଼େ। ତା’ସହିତ ସମୟ ଅନୁସାରେ ଖାଦ୍ୟ ଖାଇବାକୁ ପଡ଼େ। ଏହା ସହିତ ଆଉ କିଛି କଥା ପ୍ରତି ମଧ୍ୟ ଡାଇବେଟିସ୍ ରୋଗୀମାନେ ଧ୍ୟାନ ଦେବା ଉଚିତ୍‌। ଆସନ୍ତୁ ସେଗୁଡ଼ିବ ବିଷୟରେ ଜାଣିବା।

୧. ସକାଳ ଜଳଖିଆ ଠିକ୍ ସମୟରେ କରନ୍ତୁ। ନହେଲେ ସୁଗାରର ସ୍ତର ବଢ଼ିଯାଏ। ସକାଳ ଜଳଖିଆ ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।

୨. ଅନେକ ଡାଇବେଟିସ୍‌ ରୋଗୀଙ୍କ ବ୍ଲଡ୍‌ ସୁଗାରର ସ୍ତର ବାରମ୍ବାର କମ୍‌-ବେଶି ହୋଇଥାଏ। ଏଭଳି ସ୍ଥିତିରେ ସେମାନେ ନିଜ ଡାଏଟ୍‌କୁ ପରିବର୍ତ୍ତନ କରିବା ଜରୁରୀ। ଅର୍ଥାତ୍ ସବୁଦିନେ ଗୋଟିଏ ପ୍ରକାର ଖାଦ୍ୟ ନଖାଇ ସେଥିରେ ପରିବର୍ତ୍ତନ କରିବା ଜରୁରୀ। ଡାଇବେଟିସ୍ ରୋଗୀ ସଦାବେଳେ ନିଜ ଡାଏଟ୍‌ରେ ଏଭଳି ଜିନିଷ ସାମିଲ କରନ୍ତୁ, ଯେଉଁଗୁଡ଼ିକ ରକ୍ତରେ ଶର୍କରାର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ।

୩. ସୁଗାର ସ୍ତର ବାରମ୍ବାର କମ୍-ବେଶି ହେଉଥିଲେ ଅବା ଲଗାତାର ବୃଦ୍ଧି ପାଉଥିଲେ ଆଦୌ ଅବହେଳା କରନ୍ତୁ ନାହିଁ। ଏଭଳି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ସେହିଭଳି ଡାଇବେଟିସ୍ ରୋଗୀମାନେ ନିୟମିତ ବ୍ୟବଧାନରେ ସୁଗାର୍ ଟେଷ୍ଟ୍ କରିବା ଉଚିତ୍।

୪. ଦାନ୍ତ ଖରାପ ହେଲେ ବି ବ୍ଲଡ୍‌ ସୁଗାର ବଢ଼ିଯାଏ। ଗବେଷଣାରୁ ଜଣାପଡ଼ିଛି ଯେ ଖରାପ ମାଢ଼ିରୁ ବାହାରୁ ଥିବା ରକ୍ତ ସୁଗାରର ସ୍ତରକୁ ବଢ଼ାଇ ଦିଏ। ଯେଉଁମାନଙ୍କ ମାଢ଼ି ଖରାପ ହେଉଛି ସେମାନେ ବି ଟାଇପ୍‌-୨ ଡାଇବେଟିସ୍‌ର ଶିକାର ହୋଇପାରନ୍ତି। ଏଣୁ ଡାଇବେଟିସ୍ ରୋଗୀ ସେମାନଙ୍କ ମାଢ଼ିକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ଜରୁରୀ।

୫. ନ୍ୟାସନାଲ୍‌ ସ୍ଲିପ୍‌ ଫାଉଣ୍ଡେସନ ଅନୁସାରେ କମ୍‌ ଶୋଇଲେ ବ୍ଲଡ୍‌ ସୁଗାର ବୃଦ୍ଧି ପାଇଥାଏ। ଏଥିପାଇଁ ଡାଇବେଟିସ୍‌ ରୋଗୀ ଆବଶ୍ୟକ ସମୟ ଶୋଇବା ଉଚିତ୍‌।

 



from Odisha Reporter https://ift.tt/2C9TgZU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages