ରୋଷେଇ ବେଳେ ହାତ କଟିଗଲେ କିମ୍ବା ଜଳିଗଲେ କ’ଣ କରିବେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ରୋଷେଇ ବେଳେ ହାତ କଟିଗଲେ କିମ୍ବା ଜଳିଗଲେ କ’ଣ କରିବେ?

ଅନେକ ସମୟରେ ରୋଷେଇ କରିବା ବେଳେ ଅସାବଧାନତା ଯୋଗୁଁ ହାତ କଟିଯିବା ଓ ଚେଙ୍କ ଲାଗିବା ଭଳି ଘଟଣା ଘଟେ। ଏହା ଭୀଷଣ କଷ୍ଟ ଦିଏ। ଚେଙ୍କ ଲାଗି ଜଳାପୋଡ଼ା ହେଲେ ବା ହାତ କଟିଗଲେ ହଠାତ୍ କ’ଣ କରିବାକୁ ହେବ, ତାହା ଅନେକ ଜାଣିପାରନ୍ତି ନାହିଁ। ତେବେ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ଘରେ ଆମେ ଏସବୁର ପ୍ରାଥମିକ ଚିକିତ୍ସା କରିପାରିବା। ତା’ହେଲେ ଆସନ୍ତୁ ଜାଣିବା, ଏମିତି ସମସ୍ୟାରେ ପଡ଼ିଲେ କ’ଣ କରିବା ଉଚିତ୍।

କଟିଗଲେ: ପରିବା କାଟିବା ସମୟରେ ହାତ କଟିଯିବା ଏକ ସାଧାରଣ ସମସ୍ୟା। ଯେଉଁମାନେ ରୋଷେଇ କରନ୍ତି, ସେମାନେ ଥରୁଟିଏ ହେଲେ ବି ନିଜ ହାତ କାଟିଥିବେ ନିଶ୍ଚିତ। ସାମାନ୍ୟ ଅସାବଧାନତା ଯୋଗୁ ପନିକି କିମ୍ବା ଛୁରୀରେ ହାତ କଟିଯାଇଥାଏ। ଏଭଳି ହେଲେ ପ୍ରଥମେ ହାତକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ତା’ପରେ ଏକ ସଫା କପଡ଼ାରେ କଟିଥିବା ସ୍ଥାନକୁ ଜୋର୍‌ରେ ଚାପି ଧରନ୍ତୁ। ଏଭଳି କଲେ ରକ୍ତ ବାହାରିବା ବନ୍ଦ ହୋଇଯିବ। ଏହାପରେ ଆଣ୍ଟି ବ୍ୟାକ୍ଟେରିଆଲ କ୍ରିମ୍‌ କିମ୍ବା କିଛି ଆଣ୍ଟି ସେପ୍ଟିକ୍‌ କ୍ରିମ୍‌ ଲଗାଇ ଦିଅନ୍ତୁ। ଯଦି ଘରେ ବ୍ୟାଣ୍ଡେଡ୍ ଅଛି, ତା’ହେଲେ ଶୀଘ୍ର ଲଗାଇ ଦିଅନ୍ତୁ।

ଆଖିରେ କିଛି ପଡ଼ିଗଲେ: ଅନେକ ସମୟରେ ରୋଷେଇ କଲାବେଳେ ଆଖିରେ ମସଲା ଛିଟକା ପଡ଼ିଯାଏ କିମ୍ବା ଲଙ୍କା ହାତ ଲାଗିଯାଏ। ଫଳରେ ଆଖି ବହୁତ ପୋଡ଼ିଥାଏ। ଏଭଳି ସ୍ଥିତିରେ ପ୍ରଥମେ ହାତକୁ ଭଲ ଭାବେ ଧୋଇବା ପରେ ଆଖିକୁ ପାଣି ଛାଟନ୍ତୁ। ଯଦି ଅଧିକ ପୋଡ଼ୁଛି, ତା’ହେଲେ ଏକ ପାତ୍ରରେ ପାଣି ନେଇ ଏଥିରେ ଆଖି ଖୋଲି ମୁହଁ ବୁଡ଼ାନ୍ତୁ। ଏପରି କଲେ ଆଖିରେ ଲାଖି ରହିଥିବା ମଇଳା ବାହାରିଯିବ। ଏହାପରେ ଆଖିରେ ଦୁଇ ବୁନ୍ଦା ଗୋଲାପ ଜଳ ପକାଇ ଦିଅନ୍ତୁ। ଆଖିର ଉପରଭାଗର ତ୍ୱଚା ଜଳୁଥିଲେ ସେଠି ଘିଅ ଲଗାଇ ଦିଅନ୍ତୁ। ଦେଖିବେ ଆରାମ ମିଳିବ। ମନେ ରଖନ୍ତୁ, ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ବି ଡ୍ରପ୍‌ ପକାନ୍ତୁ ନାହିଁ।

ଚେଙ୍କ ଲାଗିଲେ: ଅନେକ ସମୟରେ ରୋଷେଇ କଲାବେଳେ ଅସାବଧାନତା ବଶତଃ ହାତରେ ଗରମ ଚେଙ୍କ ଲାଗିଯାଏ। ଏପରି ହେଲେ ପ୍ରଥମେ ରୋଷେଇ ଘରର ଟ୍ୟାପ୍‌ ଖୋଲି ହାତକୁ ୫ମିନିଟ୍ ପାଣିରେ ଦେଖାନ୍ତୁ। ଏପରି କଲେ ଜଳାପୋଡ଼ା କମ୍‌ ହେବା ସହ ସେହି ସ୍ଥାନରେ ଦାଗ ହେବ ନାହିଁ କି ତ୍ୱଚାର ଭିତର ଭାଗର ଟିସୁଗୁଡ଼ିକର କିଛି କ୍ଷତି ହେବ ନାହିଁ। ମନେ ରଖନ୍ତୁ ଜଳିଯାଇଥିବା ସ୍ଥାନରେ କେବେ ବି ବରଫ ଲଗାଇବେ ନାହିଁ। ଆଲୋଭେରା, ଦେଶୀ ଘିଅ, ନଡ଼ିଆ ତେଲ କିମ୍ବା ବାଦାମ ତେଲ ଲଗାଇ ଦିଅନ୍ତୁ।

ତେଲ ଛିଟା ପଡ଼ିଗଲେ: ରୋଷେଇ କଲାବେଳେ ଅନେକ ସମୟରେ ତେଲ ଛିଟା ପଡ଼ି ହାତ ଜଳିଯାଇଥାଏ। ତେଲ ଛିଟା ପଡ଼ିବା ମାତ୍ରେ ଜୋର୍‌ରେ ପୋଡ଼ିଥାଏ। ତେଣୁ ପ୍ରଥମେ ହାତକୁ ଥଣ୍ଡା ପାଣିରେ ବୁଡ଼ାଇ ରଖନ୍ତୁ କିମ୍ବା ନଳ ଖୋଲି ପାଣିରେ ହାତ ଦେଖାନ୍ତୁ। ଏପରି କଲେ ଫୋଟକା ହେବ ନାହିଁ। ପୋଡ଼ା ଟିକେ କମିଗଲେ ହାତକୁ ସଫା କପଡ଼ାରେ ପୋଛି ଜଳିଯାଇଥିବା ସ୍ଥାନରେ ନଡ଼ିଆ ତେଲ, ଦେଶୀ ଘିଅ କିମ୍ବା ମହୁ ଲଗାଇ ଦିଅନ୍ତୁ।



from Odisha Reporter https://ift.tt/33q6yNY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages