ପାକିସ୍ତାନରେ କିଏ କ୍ଷମତାଶାଳୀ? ପ୍ରଧାନମନ୍ତ୍ରୀ ନା ସେନା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ପାକିସ୍ତାନରେ କିଏ କ୍ଷମତାଶାଳୀ? ପ୍ରଧାନମନ୍ତ୍ରୀ ନା ସେନା?

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ଭାରି ପଡ଼ିଛି ସେନା। ନଭେମ୍ୱର ୧ରେ ଇମ୍ରାନ୍ ଖାନ୍ ଟୁଇଟ୍ କରି କହିଥିଲେ କର୍ତ୍ତାରପୁର କରିଡର ଯେଉଁ ଶ୍ରଦ୍ଧାଳୁମାନେ ଆସିବେ, ସେମାନଙ୍କ ପାଇଁ କୌଣସି ପ୍ରକାରର ଭିସା ଦରକାର ନାହିଁ। ହେଲେ ଏବେ ଇମ୍ରାନଙ୍କ ଏହି ମନ୍ତବ୍ୟକୁ ଖାରଜ କରିଛି ପାକିସ୍ତାନର ସେନା। ଯେଉଁ ମାନେ କର୍ତ୍ତାରପୁର ଆସିବେ ସେମାନେ ଭିସା ଆଣିବା ଅନିର୍ବାର୍ଯ୍ୟ ବୋଲି ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଅସିଫ୍ ଗଫୁର କହିଛନ୍ତି।

ଏହାପରେ ବୁଧବାର ପାକିସ୍ତାନକୁ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିବାକୁ କହିଛି ଭାରତ। ଭିସାର ଆବଶ୍ୟକ ରହିଛି ନା ନାହିଁ? ତେବେ ସୁରକ୍ଷା ଦୃଷ୍ଟିରୁ ତୀର୍ଥଯାତ୍ରୀଙ୍କୁ ସାଙ୍ଗରେ ପାସପୋର୍ଟ ନେବା ପାଇଁ ଭାରତୀୟ ସୁରକ୍ଷା ଅଧିକାରୀ ପରାମର୍ଶ ଦେଇଛନ୍ତି।

ଇମ୍ରାନ୍ ଖାନ୍ ଟ୍ୱିଟ କରି କହିଥିଲେ ଯେ “କର୍ତ୍ତାରପୁର(ପାକିସ୍ତାନ) ଆସୁଥିବା ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଭିସା ଦରକାର ନାହିଁ। ସେମାନେ କେବଳ ନିଜ ସହ ବୈଧ ଥିବା ଏକ ପରିଚୟପତ୍ର ଆଣିବେ। ସେହିପରି ଏଠାକୁ ଆସିବାକୁ ଥିବା ଶ୍ରଦ୍ଧାଳୁମାନେ ୧୦ ଦିନ ଆଗରୁ ନିଜ ନାଁ ପଞ୍ଜୀକରଣ କରିବାର ଆବଶ୍ୟକତା  ନାହିଁ। ଉଦଘାଟନ ଓ ଗୁରୁଜୀଙ୍କର ୫୫୦ତମ ଜୟନ୍ତୀ ଦିନ କୌଣସି ଫି ମଧ୍ୟ ଦେବାକୁ ପଡ଼ିବ ନାହିଁ।”


ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍ ମଧ୍ୟ ଏବେ ସନ୍ଦେହ ଘେରରେ। କାରଣ କର୍ତ୍ତାରପୁର କରିଡର ନେଇ ଅକ୍ଟୋବର ୨୩ରେ ଦୁଇ ଦେଶ ମଧ୍ୟରେ ଯେଉୁଁ ଏମଓୟୁ ହୋଇଥିଲା, ସେଥିରେ ଭିସା ଅନିର୍ବାର୍ଯ୍ୟ ରହିଛି। ପାକିସ୍ତାନ ତରଫରୁ ମଧ୍ୟ ଏହି ଏମଓୟୁକୁ ସଂଶୋଧନ କରାଯାଇ ନାହିଁ। ତେବେ କେଉଁ ଆଧାରରେ ଇମ୍ରାନ୍ ଏଭଳି ବାର୍ତ୍ତା ଦେଇଥିଲେ ତାହା ଏବେ ପ୍ରଶ୍ନ ଘେରରେ? କର୍ତ୍ତାରପୁରକୁ ନେଇ ଶିଖ ସମ୍ପ୍ରଦାୟର ଭାବାବେଗ ଯୋଡ଼ି ହୋଇଥିବା ବେଳେ ପାକ୍‌ ପ୍ରଧାନମନ୍ତ୍ରୀ ଏଭଳି ଭ୍ରମ ସୃଷ୍ଟି କରିବାର ଉଦ୍ଦେଶ୍ୟ କ’ଣ? ନିଜେ ଟୁଇଟ୍ କରିବା ପୂର୍ବରୁ ଏହି ପ୍ରସଙ୍ଗରେ ନିଜ ସରକାରୀ ଅଧିକାରୀଙ୍କ ସହ ଇମ୍ରାନ୍ ଖାନ୍ ଆଲୋଚନା କରିଥିଲେ କି ନାହିଁ ତାହା ଏବେ ଅସ୍ପଷ୍ଟ ରହିଛି।

କର୍ତ୍ତାରପୁର କରିଡର ପଞ୍ଜାବର ଗୁରୁଦାସପୁର ଠାରେ ଥିବା ଡେରା ବାବା ନାନକ ଧର୍ମପୀଠରୁ ପାକିସ୍ତାନର କର୍ତ୍ତାରପୁରରେ ଥିବା ଦରବାର ସାହିବ ଗୁରୁଦ୍ୱାର ପର୍ଯ୍ୟନ୍ତ ଲମ୍ବିଛି। ନଭେମ୍ବର ୯ରେ ଭାରତୀୟ ସୀମାରେ କର୍ତ୍ତାରପୁର କରିଡରର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ। ସେହପରି ପାକିସ୍ତାନ ସୀମାରେ ଇମ୍ରାନ୍‌ ଖାନ୍‌ ଏହାକୁ ଲୋକଙ୍କ ପାଇଁ ବିଧିବଦ୍ଧ ଭାବେ ଖୋଲିବେ।



from Odisha Reporter https://ift.tt/2PUW5X1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages