ଛାତ୍ରୀଙ୍କୁ ଅସଦାଚରଣ ମାମଲା; ବନ୍ଧା ହେଲେ ପ୍ରଧାନଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ଛାତ୍ରୀଙ୍କୁ ଅସଦାଚରଣ ମାମଲା; ବନ୍ଧା ହେଲେ ପ୍ରଧାନଶିକ୍ଷକ

କେନ୍ଦୁଝର (ପ୍ରଣୟ ପାଣି): ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ବନ୍ଧା ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକସ୍ଥିତ ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଣେଶ୍ୱର ପାତ୍ର । ବାମେବାରି ପୁଲିସ୍‌ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି । ଅନ୍ୟପଟେ ପୋକ୍ସୋ ଆଇନ ମୁତାବକ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ପୂର୍ବରୁ ଏହି ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଥିଲେ । ତାଙ୍କ ଆଚରଣରେ ଅତିଷ୍ଠ ହୋଇ ୧୫   ଛାତ୍ରୀ ହଷ୍ଟେଲ ଛାଡ଼ି ଗାଁକୁ ପଳାଇଥିଲେ । ଶିକ୍ଷକଜଣଙ୍କ ନିଶାଶକ୍ତ ଅବସ୍ଥାରେ ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପିଲା ପାଠ ପଢ଼ନ୍ତି।ଏଥିସହ ହଷ୍ଟେଲରେ ୪୦ ପାଖାପାଖି ଝିଅ ରୁହନ୍ତି। ହେଲେ ପ୍ରଧାନଶିକ୍ଷକ ବାଣେଶ୍ଵର ସେମାନଙ୍କୁ ସୁରକ୍ଷା ଯୋଗାଇବା ବଦଳରେ ନିଜେ ହିଁ ସେମାନଙ୍କୁ ଅସଦାଚରଣ କରି ଆସୁଥିଲେ। ଖାଲି ସେତିକି ନୁହେଁ ପାଠ ପଢ଼ାଇବା ବଦଳରେ  ପିଲାମାନଙ୍କୁ ସ୍କୁଲ ଓ ହଷ୍ଟେଲ କ୍ୟାମ୍ପସରେ ଶ୍ରମିକମାନଙ୍କ ଭଳି ଖଟାଉଥିବା ପିଲାମାନେ ଅଭିଯୋଗ ଆଣିଛନ୍ତି।

ଗତ ଶୁକ୍ରବାର ସନ୍ଧ୍ୟାରେ ଶିକ୍ଷକଜଣଙ୍କ ମାତାଲ ଅବସ୍ଥାରେ ଝିଅମାନଙ୍କୁ ପାଟିତୁଣ୍ଡ କରିଥିଲେ। ଏତିକିରେ ସରି ନ ଥିଲା ନିର୍ଯାତନା। ଖାଇ ସାରି ତାଙ୍କ ରୁମ୍‌କୁ ଯିବାକୁ କହିଥିଲେ । ଏହାଶୁଣି ଭୟଭୀତ ହୋଇ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଝିଅ ଅନ୍ଧାର ହେବା କ୍ଷଣି ହଷ୍ଟେଲ ଛାଡ଼ି  ନିକଟରେ ରହୁଥିବା ଜଣେ ଅଭିଭାବକଙ୍କ ଘରକୁ ପଳାଇ ଯାଇଥିଲେ। ଉକ୍ତ ବ୍ୟକ୍ତିଜଣକ ଏ ସମ୍ପର୍କରେ  ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ଜଣାଇବା ସହ ପୁଲିସ୍‌କୁ ମଧ୍ୟ ଖବର ଦେଇଥିଲେ। ଶୁକ୍ରବାର ରାତିରେ ପୁଲିସ୍‌ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିବା ସହ ଅନ୍ୟ ମହିଳା ଶିକ୍ଷୟିତ୍ରୀଙ୍କୁ  ପିଲାଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇ ଶନିବାର ଉକ୍ତ ପ୍ରଧାନଶିକ୍ଷକଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।



from Odisha Reporter https://ift.tt/2KrcD5q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages