ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ଅଯୋଧ୍ୟା ମାମଲାରେ ରାୟ ଶୁଣାଣି ଚାଲିଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ରାୟ ଶୁଣାଉଛନ୍ତି। ପ୍ରଧାନ ବିଚାରପତି ରାୟ ପଢ଼ୁଥିବା ବେଳେ କିଛି କିଛି କଥା ସାମ୍ନାକୁ ଆସିଲାଣି। ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ, ବାବ୍ରି ମସଜିଦ ଖାଲି ଜମିରେ ତିଆରି ହୋଇନାହିଁ। ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା।ଏହାପରେ ଦ୍ୱାଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ କୈଣସି ତଥ୍ୟ ମିଳିନାହିଁ। ହେଲେ ମନ୍ଦିର ଭଙ୍ଗାଯାଇ ମସଜିଦ ତିଆରି କରାଯାଇଥିବାର ପ୍ରମାଣ ନାହିଁ। ତେବେ କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ। ହିନ୍ଦୁୁ ମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇ ପାରିବ ନାହିଁ।
ସେହିପରି ସିଆ ୱାକଫ ବୋର୍ଡର ଆବେଦନ ମଧ୍ୟ ଖାରଜ ହୋଇଛି। ସର୍ବସମ୍ମତି କ୍ରମେ ସିଆ ୱାକଫ ବୋର୍ଡର ଆବେଦନ ଆବେଦନ ଖାରଜ ହୋଇଛି। ବାବରଙ୍କ ସମୟରେ ହିଁ ମୀର ବାକି ଏହି ମସଜିଦ୍ ତିଆରି କରିଥିଲେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ନିର୍ମୋହି ଆଖଡ଼ାର ଆବେଦନ ମଧ୍ୟ ଖାରଜ ହୋଇଛି। ନିର୍ମୋହି ଆଖଡ଼ା ନିଜକୁ ସେବାୟତ ପାଇଁ ଦାବି କରୁଥିଲା। ତେବେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ମୋହି ଆଖଡ଼ା ସେବାୟତ ନୁହନ୍ତି।
ମୁଖ୍ୟ ବିଚାରପତି ରାୟ ପଢ଼ୁଛନ୍ତି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ, ୬ ଅଗଷ୍ଟରୁ ସୁପ୍ରିମକୋର୍ଟ ଏହି ମାମଲାରେ ଲଗାତାର ୪୦ ଦିନ ଧରି ଶୁଣାଣି କରିଥିଲେ। ଅକ୍ଟୋବର ୧୬ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଉ ଏବେ ୯୬ ଦିନ ପରେ ସୁପ୍ରିମକୋର୍ଟ ରାୟ ଶୁଣାଣି କରୁଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍ ଏସ୍ଏ ବୋବ୍ଡେ(ଆଗାମୀ ପ୍ରଧାନ ବିଚାରପତି), ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ ଅବ୍ଦୁଲ ନାଜୀର ଏହି ମାମଲାର ଶୁଣାଣି କରୁଛନ୍ତି।
ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ୨୦୧୦ରେ ଏକ ରାୟ ଦେଇଥିଲେ। ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଥିଲେ। ବିବାଦୀୟ ୨.୭୭ ଏକର ଜମିକୁ କୋର୍ଟ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ୩ ଭାଗରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସୁପ୍ରିମକୋର୍ଟରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହାପରେ ସୁପ୍ରିମକୋର୍ଟ ୨୦୧୧ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ।
from Odisha Reporter https://ift.tt/33wFlt0
No comments:
Post a Comment