‘ବିଗ୍‌ ବସ୍‌ ୧୩’ରେ ଏଣ୍ଟ୍ରି କରିବେ ବିଶାଲ୍‌ଙ୍କ ଏକ୍ସ ଗର୍ଲଫ୍ରେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 30, 2019

‘ବିଗ୍‌ ବସ୍‌ ୧୩’ରେ ଏଣ୍ଟ୍ରି କରିବେ ବିଶାଲ୍‌ଙ୍କ ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ‘ବିଗ୍‌ବସ୍‌ ୧୩’ରେ ଏବେ ଆସିବ ଆଉ ଏକ ଟ୍ୱିଷ୍ଟ୍‌। ଶୋ’ରେ ଖୁବ୍‌ ଶୀଘ୍ର ଏଣ୍ଟ୍ରି କରିପାରନ୍ତି ବିଶାଲ୍‌ ଆଦିତ୍ୟ ସିଂହଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ମଧୁରିମା ତୁଲୀ। ତେଣୁ ‘ନଚ୍ ବଲିୟେ ୯’ର ସବୁଠୁ ଅଧିକ ବିବାଦୀୟ ଯୋଡ଼ିକୁ ‘ବିଗ୍‌ ବସ୍‌ ୧୩’ରେ ଦେଖିବାକୁ ମିଳିବ।

‘ନଚ୍‌ ବଲିୟେ’ରେ ବିଶାଲ୍‌ଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଭଲ ଲାଗିଥିଲା। ତେଣୁ ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ବି ବଢ଼ିଯାଇଥିଲା। ଏହା ଦେଖି ‘ବିଗ୍‌ ବସ୍‌’ର ନିର୍ମାତା ତାଙ୍କୁ ଶୋ’ରେ ସାମିଲ କରିବାକୁ ଚାହିଁଥିଲେ। ହେଲେ ଏହି ଶୋ’ରେ ବିଶାଲ୍‌ ସେମିତି କିଛି କମାଲ୍‌ କରିପାରୁ ନାହାନ୍ତି। ଘର ଭିତରେ ସେ ଟିକେ ଥଣ୍ଡା ପଡ଼ିଯାଉଛନ୍ତି। ଏହାକୁ ଦୃଷ୍ଟିରେ ର଼ଖି ନିର୍ମାତା ମଧୁରିମାଙ୍କୁ ଶୋ’ରେ ସାମିଲ କରିବାକୁ ଚାହୁଁଛନ୍ତି ବୋଲି ସୂଚନା ମିଳିଛି। କାରଣ ମଧୁରିମା ଆସିଲେ ବିଶାଲ୍ କିଛି କମାଲ କରିପାରନ୍ତି ବୋଲି ନିର୍ମାତା ଆଶା କରୁଛନ୍ତି। ଏ ଦୁହିଁଙ୍କ ଝଗଡ଼ା ଓ ଲଢ଼େଇ ‘ନଚ୍‌ ବଲିୟେ’କୁ ହାଇ ଟିଆର୍‌ପି ଦେଇଥିଲା। ତେବେ ‘ନଚ୍ ବଲିୟେ’ ଭଳି ‘ବିଗ୍‌ ବସ୍‌ ୧୩’ରେ ଏ ଦୁହେଁ ସେହି ଧାରା ବଜାୟ ରଖିବେ ନା ଆଉ କିଛି ନୂଆ ଦେଖିବାକୁ ମିଳିବ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ସୂଚନା ଅନୁଯାୟୀ, ମଧୁରିମାଙ୍କ ସହିତ ‘ବିଗ୍‌ ବସ୍‌’ ନିର୍ମାତା ଡିଲ୍‌ ଫାଇନାଲ୍‌ ହୋଇସାରିଛି। ସେ ଖୁବ୍‌ଶୀଘ୍ର ୱାଇଲ୍ଡ କାର୍ଡ଼ ପ୍ରତିଯୋଗୀ ଭାବେ ‘ବିବି’ ଘରେ ଏଣ୍ଟ୍ରି କରିପାରନ୍ତି। ଜଣାଇଦେବାକୁ ଚାହୁଁ ଯେ ‘ବିଗ୍‌ ବସ୍‌ ୧୩’ର ନିର୍ମାତା ଶୋ’କୁ ଆହୁରି ୫ ସପ୍ତାହ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ଏଥିପାଇଁ ଶୋ’ର ହୋଷ୍ଟ ସଲ୍‌ମାନ୍‌ଙ୍କ ଫିସ୍‌ ମଧ୍ୟ ବଢ଼ାଇ ଦିଆଯାଇଛି। ପ୍ରତି ସପ୍ତାହରେ ସେ ଆହୁରି ଦୁଇ କୋଟି ଟଙ୍କା ଅଧିକ ନେବେ। ଏବେ ସଲ୍‌ମାନ୍ ଏହି ଶୋ’ ପାଇଁ ପ୍ରତି ସପ୍ତାହରେ ୧୩ କୋଟି ଟଙ୍କା ନେଉଥିବା ବେଳେ ଅତିରିକ୍ତ ୫ ସପ୍ତାହ ପାଇଁ ୧୫ କୋଟି ଲେଖାଏ ନେବେ।

 



from Odisha Reporter https://ift.tt/34CgYL8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages