କଟକରେ ଅଗ୍ନିକାଣ୍ଡ;୩ ଅଗ୍ନିଶମ ଗାଡ଼ି ନିୟୋଜିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 30, 2019

କଟକରେ ଅଗ୍ନିକାଣ୍ଡ;୩ ଅଗ୍ନିଶମ ଗାଡ଼ି ନିୟୋଜିତ

କଟକ(ଓଡ଼ିଶା ରିପୋର୍ଟର):  କଟକ ମଙ୍ଗଳାବାଗର ଏକ କୋଠାରେ ଆଜି ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ନିଆଁ ଲିଭା କାର୍ଯ୍ୟରେ ୩ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି । ପ୍ରଥମେ କୋଠାରେ ଥିବା ଏକ ସର୍ଜିକାଲ ଦୋକାନରେ ନିଆଁ ଲାଗି ଯାଇଥିଲା। ଏହାପରେ ଏହି ନିଆଁ  ଆଖି ପିଛୁଳାକେ କୋଠାର ଅନ୍ୟ ଅଂଶକୁ ବ୍ୟାପିଯାଇଥିଲା।

ଏହି କୋଠାରେ ଆନ୍ଧ୍ର ବ୍ୟାଙ୍କ ଶାଖା ଥିବା ବେଳେ ନିଆଁ ଉକ୍ତ ବ୍ୟାଙ୍କକୁ ବ୍ୟାପିନଥିବା କିମ୍ବା କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି। ଅପରପକ୍ଷେ ମଙ୍ଗଳାବାର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଗାଡ଼ି ଚଳାଚାଳ ବାଧାପ୍ରାପ୍ତ ହୋଇଛି।



from Odisha Reporter https://ift.tt/2Y0oltb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages