ଚାକିରିରୁ ବିଦା ହେଲେ କନଷ୍ଟେବଲ ଭାରିମଲ୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 21, 2019

ଚାକିରିରୁ ବିଦା ହେଲେ କନଷ୍ଟେବଲ ଭାରିମଲ୍ଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରିରୁ ବିଦା ହେଲେ ରାଜଧାନୀରେ ନିଶା ବେପାର ଚଳାଇଥିବା କନଷ୍ଟେବଲ ଜାନକୀ ବଲ୍ଲଭ ଭାରିମଲ୍ଲ। ଭାରିମଲ୍ଲଙ୍କୁ କମିଶନରେଟ ପୁଲିସ୍‌ ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ  ଥିବା ଭାରିମଲ୍ଲଙ୍କୁ ଶେଷରେ ଚାକିରିରୁ ହାତ ଧୋଇବାକୁ ପଡ଼ିଛି।

ପୁଲିସ୍‌ ଚାକିରି କରିଥିବା  ଜାନକୀ ଧଳା ଜହର ବିକ୍ରି କରୁଥିବା ଅଭିଯୋଗ ହେବା ପରେ ତାଙ୍କୁ ବ୍ରାଉନସୁଗର ସହ  ଗିରଫ କରାଯାଇଥିଲା। ଏହାପରେ ନିଲମ୍ବନ ସହ ତାଙ୍କୁ  ଗିରଫ କରାଯାଇଥିଲା। ପଚରାଉଚରା ସମୟରେ ସେ ବହୁ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା। ବିଳାସମୟ ଜୀବନଯାପନ କରୁଥିବା କନଷ୍ଟେବଲ ଜାନକୀଙ୍କର ଏକ  ଫଟୋ ସାମ୍ନାକୁ ଆସିଥିଲା। ଯେଉଁ ଫଟୋରେ ସେ ଏକ ବଡ଼ ଦାମୀ ବାଇକ୍‌ରେ ବସିଥିବା ଦେଖିବାକୁ ମିଳିଥିଲା । ଅଧିକ ଖୋଳତାଡ଼ ପରେ ମୋ’ ସରକାର ଓ ୫-ଟି ଯୋଜନା ଅନୁଯାୟୀ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ଡିସିପି ଅନୁପ ସାହୁ।

 



from Odisha Reporter https://ift.tt/2D7MsfM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages