ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା; ଗିରଫ ହେଲେ ଇଂଲିଶ ଏଚ୍‌ଓଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 21, 2019

ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା; ଗିରଫ ହେଲେ ଇଂଲିଶ ଏଚ୍‌ଓଡି

ବାରିପଦା (ମାଣିକଲାଲ ପାଣି): ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଗିରଫ ହେଲେ ବାରିପଦାସ୍ଥିତ ଏମ୍‌ପିସି ସ୍ୱୟଂଶାସିତ କଲେଜର ଇଂଲିଶ ଡିପାର୍ଟମେଣ୍ଟ୍‌ର ଏଚ୍‌ଓଡି ବିଦ୍ୟାଧର ଅଣ୍ଡିଆ। କଲେଜ କର୍ତ୍ତୃପକ୍ଷ ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଛାତ୍ର ଉତ୍ତେଜନା ଲାଗି  ରହିଥିଲା। ଏହାଦେଖି କଲେଜ କର୍ତ୍ତୃପକ୍ଷ ଗତକାଲିଠୁ ସମ୍ପୃକ୍ତ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି କି ରହିଥିଲେ। ଏହା ଜାଣି ଛାତ୍ରମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ପୁଲିସ୍‌ ତାଙ୍କୁ ଗିରଫ କରି ପଚରାଉଚରା କରୁଛି।

ପୂରା ଘଟଣାଟି ଥିଲା ଏହିପରି।  ଗତ ୧୫ ତାରିଖରେ ଇଂଲିଶ ପିଜିର ଜଣେ ଶେଷ ବର୍ଷର ମହାବିଦ୍ୟାଳୟକୁ ଆସିଥିଲେ। ଏହି ସମୟରେ ସେ ଏକୁଟିଆ ଥିବା ସୁଯୋଗ ନେଇ  ଡିପାର୍ଟମେଣ୍ଟ୍‌ର ହେଡ୍‌ ବିଦ୍ୟାଧର ଅଣ୍ଡିଆ ସେଠାକୁ ଆସି ସ୍ନେହାଙ୍କୁ ଅସଦାଚରଣ କରିଥିଲେ।   ମାତ୍ର କୌଶଳ କ୍ରମେ ସ୍ନେହା ସେଠାରୁ ଖସି ପଳାଇଥିଲେ। ପରେ ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଘଟଣାର ତଦନ୍ତ ପାଇଁ ଇଣ୍ଟରନାଲ୍‌ କମିଟିକୁ ଜଣାଇଥିଲେ। କିନ୍ତୁ ବିଭାଗୀୟ ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ୱ ହେଉଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ରଛାତ୍ରୀମାନେ ଗତକାଲି ମହାବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ।

ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ଶେଷରେ   ମହାବିଦ୍ୟାଳୟ କର୍ତ୍ତୃପକ୍ଷ  ଅଧ୍ୟାପକ ବିଦ୍ୟାଧର ଅଣ୍ଡିଆଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ନସରିବା ପର୍ଯ୍ୟନ୍ତ ସେ କାର୍ଯ୍ୟରେ ଯୋଗଦେଇପାରିବେ ନାହିଁ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ କହିଥିଲେ। ମାତ୍ର ସେ କଲେଜ ପରିସରରେ ଲୁଚି ରହିଥିବା ଜାଣି ପିଲାମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ।



from Odisha Reporter https://ift.tt/2pBK4L8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages