ପାର୍କିଂ ଓ ପେଟ୍ରୋଲ ପମ୍ପରେ ମଧ୍ୟ ମିଳିବ ଫାସଟ୍ୟାଗ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 21, 2019

ପାର୍କିଂ ଓ ପେଟ୍ରୋଲ ପମ୍ପରେ ମଧ୍ୟ ମିଳିବ ଫାସଟ୍ୟାଗ ସେବା

ନୂଆଦିଲ୍ଲୀ: ଡିସେମ୍ୱର ୧ରୁ ସାରା ଦେଶରେ ଫାସଟାଗ୍ ଅନିବାର୍ଯ୍ୟ ହେବାକୁ ଯାଉଛି। ଏହି ସେବା କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ଦ୍ୱାରା ଲାଗୁ ହୋଇଛି। ଦେଶରେ ୫୩୭ଟି ଟୋଲ ପ୍ଲାଜାରେ ଏହି ଫାସଟାଗ ସେବା ଉପଲବ୍ଧ ହେବ। ତେବେ ଏହି ସେବା ଖାଲି ଟୋଲ ପ୍ଲାଜାରେ ନୁହେଁ ବରଂ ପେଟ୍ରୋଲ ପମ୍ପ, ଏୟାରପୋର୍ଟ, ଶପିଂ ମଲରେ ତେଲ ଭରିବା ସମୟରେ ଉପଲବ୍ଧ ହେବ।

ଏ ନେଇ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ସୂଚନା ଦେଇଛନ୍ତି। ହାଇଦ୍ରାବାଦ ବିମାନ ବନ୍ଦରରେ ମଧ୍ୟ ଏହି ଫାସଟାଗ ସେବା ଆରମ୍ଭ ହୋଇଯାଇଥିବା ଗଡକରୀ କହିଛନ୍ତି। ଏହି ଫାସଟାଗ ଦ୍ୱାରା ବିମାନ ବନ୍ଦରର, ଶପିଂ ମଲ୍ ଆଦିରେ ତେଲ ଭରିବା ପରେ ଅଟୋମେଟିକ୍ ପଇସା କଟିଯିବ। ଏହାଦ୍ୱାରା ଗାଡ଼ି ଚାଳକଙ୍କୁ ଅଧିକ ସମୟ ପଇସା ଦେବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ବର୍ତ୍ତମାନ ସମୟରେ ଦେଶରେ ୧ ଲକ୍ଷ ୪୦ ହଜାର କିଲୋମିଟର ଜାତୀୟ ରାଜପଥ ରହିଛି। ୨୦୧୭ରେ ୭ ଲକ୍ଷ ଫାସଟାଗ ଜାରି କରାଯାଇଥିଲା। ଚଳିତ ବର୍ଷ ଏଯାବତ୍ ୬୬ ଲକ୍ଷ ୧୯ ହଜାର ଫାଷ୍ଟଟାଗ ପ୍ରଦାନ କରାଯାଇଥିବା ସୂଚନା ରହିଛି।

ସାରା ଦେଶରେ ଥିବା ମୋଟ ୫୩୭ ଟୋଲ ପ୍ଲାଜା ମଧ୍ୟରୁ ୪୧୨ଟି ଟୋଲ ପ୍ଲାଜାର ସମସ୍ତ ଲେନରେ ଏହି ଫାସଟାଗ ବ୍ୟବସ୍ଥା ରହିଛି। ଏଥିମଧ୍ୟରୁ ୬୪ଟି ଟୋଲ ପ୍ଲାଜାରେ ୨ଟି ଲେନରେ ଫାସଟାଗ ରହିଛି। ୩୦ ନଭେମ୍ୱର ସୁଦ୍ଧା ସମସ୍ତ ଟୋଲ ପ୍ଲାଜାରେ ଫାସଟାଗ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

ଫାସଟାଗ କଣ?

ଫାସଟାଗ ହେଉଛି ଏକ ରେଡିଓ ଫ୍ରିକୁଏନସି ଟାଗ। ଏହା ଗାଡ଼ିର ସାଇଡ୍ କାଚରେ ଲାଗିବ। ଏହି ଫାସଟାଗକୁ ସମୟ ସମୟରେ ରିଚାର୍ଜ କରାଯିବ। ଟୋଲ ପ୍ଲାଜାରେ ପଇସା ଦେବା ପାଇଁ ଲାଇନ୍ ଧରି ଛିଡ଼ା ହେବା ଫଳରେ ଅନେକ ସମୟ ନଷ୍ଟ ହେବା ସାଙ୍ଗକୁ ରାସ୍ତା ମଧ୍ୟ ଜାମ୍ ରହିଥାଏ। ତେଣୁ ଏହି ଫାସଟାଗ ଲାଗିଥିଲେ ଗାଡ଼ି ଚାଳକ ନିଜେ ଟୋଲ୍ ଫି ଦେଇ ଯାଇପାରିବେ। ଏହାପରେ ଟୋଲ୍ ଫି’ର ବିଲ୍ ମଧ୍ୟ ମୋବାଇଲକୁ ଏକ ମେସେଜ ଜରିଆରେ ଆସିବ।

ଫାସଟାଗକୁ ବାବଦରେ ଅଧିକ ସୂଚନା ପାଇଁ ଏନଏଚଆଇ ଦ୍ୱାରା ଜାରି ହୋଇଥିବା ୧୦୩୩ ଟୋଲ ଫ୍ରି ନମ୍ୱରକୁ କଲ୍ କରି ଜାଣିହେବ।

ଦେଶର ୨୮ ହଜାର ୩୭୬ଟି କେନ୍ଦ୍ରରେ ଫାସଟାଗ ବିକ୍ରି ବ୍ୟବସ୍ଥା ହୋଇଥିବା ବେଳେ ଏହି ସେବାକୁ ଦେଶର ୨୩ଟି ବ୍ୟାଙ୍କ ସହିତ ଯୋଡ଼ା ହୋଇଛି।



from Odisha Reporter https://ift.tt/2pKPwM0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages