ପରିବା ଟ୍ରେ’ରେ ନାଗ ସାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

ପରିବା ଟ୍ରେ’ରେ ନାଗ ସାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବା ଟ୍ରେ’ରୁ  ବାହାରିଲା ନାଗ ସାପ। ଗତକାଲି ଭୁବନେଶ୍ୱର ସ୍ଥିତ ଝାରପଡ଼ା ପରିବା ହାଟରେ ଦେଖିଥିବାକୁ ମିଳିଥିଲା ଏହି ଦୃଶ୍ୟ। ଜଣେ ପରିବା ଦୋକାନୀ ପରିବା ରଖିବା ପାଇଁ ଟ୍ରେ’ ଗୁଡିକୁ ସଜାଡ଼ିବା ବେଳେ ସାପର ଗର୍ଜନ ଶୁଣି ଚମକି ପଡ଼ିଥିଲେ। ପରେ ଏକ ଟ୍ରେ’ରେ ଗୋଟିଏ ବଡ଼ ନାଗ ସାପ ଫସି ଥିବାର ସେ ଦେଖିଥିଲେ। ସାପଟିର ମୁଣ୍ଡ ଟ୍ରେ’ର ଫାଙ୍କରେ ଗଳି ଯାଇଥିଲା। ଫଳରେ ସେ ଆଗକୁ ଯାଇପାରୁ ନଥିଲା କି ପଛକୁ ଫେରି ପାରୁ ନଥିଲା। ଏହା ଦେଖି ଦୋକାନୀ ଜଣକ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ।

ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ ରାଜେଶ ସୂତାର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଟ୍ରେ’ରୁ ଉଦ୍ଧାର କରିଥିଲେ। ସାପଟି ସମ୍ଭବତଃ ବେଙ୍ଗ ଖାଇବା ପାଇଁ ଯାଇ ପରିବା ଟ୍ରେ’ରେ ଫସି ଯାଇଥିଲା ବୋଲି ଅନୁମାନ କରାଯାଉଛି।



from Odisha Reporter https://ift.tt/2QbHnL9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages