ପୂର୍ବ ଶତ୍ରୁତାରୁ ମାରପିଟ୍‌; ୫ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

ପୂର୍ବ ଶତ୍ରୁତାରୁ ମାରପିଟ୍‌; ୫ ଆହତ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):  ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ମହିମୁଣ୍ଡା ଗାଁର ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ଗତକାଲି ସଂଘର୍ଷରେ ପରିଣତ ହୋଇଥିଲା। ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ମୁକ୍ତେଶ୍ୱର ଗଡତିଆ ଏବଂ ସମାରୁ ପଧାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଠେଙ୍ଗା ବାଡ଼ିରେ ଵାଡ଼ାବାଡ଼ି ହୋଇ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ  ଭିତରୁ ମୁକ୍ତେଶ୍ୱର ଗଡତିଆ ଓ ସଦାଶିବ ପଧାନଙ୍କ ଅବସ୍ଥା ଗୁରୁତର  ରହିଛି। ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।  ଉଭୟ ଗୋଷ୍ଠିର ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ତ୍ରିପୁର ପଧାନ ନାମ୍ନୀ ମହିଳା ଅଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାଯାଇଛି।  ପୁଇଁନ୍ତଲା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।



from Odisha Reporter https://ift.tt/2XaNd15

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages